STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଭଜ ମନ ଜଗନ୍ନାଥଙ୍କୁ

ଭଜ ମନ ଜଗନ୍ନାଥଙ୍କୁ

1 min
54


ଭଜ ମନ ଜଗନ୍ନାଥଙ୍କୁ 

ସେ ହିଁ ଏକା ଉଦ୍ଧାରିବେ ଆମକୁ 

ସେ ହିଁ ସୃଷ୍ଟିର କରତା 

ସେ ହିଁ ପାଳୁଛନ୍ତି ଆମକୁ 

ସେ ହିଁ ତ ସଂହାର କରତା 

ସେ ହିଁ ବ୍ରହ୍ମା ସେ ହିଁ ବିଷ୍ଣୁ 

ସେହି ଦେବତା ହୁଅନ୍ତି ଈଶ୍ଵର 

ସଚରାଚର ବ୍ରହ୍ମାଣ୍ଡ ଠାକୁର 

ପାଦ ନାହିଁ ତାଙ୍କର 

ବୁଲନ୍ତି ସାରା ସଂସାର 

ହାତ ନାହିଁ ତାଙ୍କର 

ସେ ହିଁ ଗଢ଼ନ୍ତି ସଂସାର 

ଭକତ ଜନଙ୍କୁ ଉଦ୍ଧାରିବା 

ପାଈଁ ଭାଙ୍ଗିପାରନ୍ତି ସଂସାର 

ପତା ନାହିଁ ତାଙ୍କର ସେ ଅପଲକ 

ଚକାଆଖି ସେ ଦେଖନ୍ତି ଅହରହ 

ନୀରବ ନିଶ୍ଚଳ ସେ ଶାନ୍ତ 

ବୃତ୍ତାକାର ଶରୀର ତାଙ୍କ 

ତା ଭିତରେ ରହିଛି ଜୀବନ 

ସେ ଏକା ଜୀବନ୍ତ ଠାକୁର 

ସେ ଦେଖାଇଥିଲେ ମାଆଙ୍କୁ 

ବିଶ୍ୱ ବ୍ରହ୍ମାଣ୍ଡ ମାଟିରେ ଗଠିତ 

ଯେବେ ମାଆ ଧରିଥିଲେ କାନ 

ଏବେ କଣ ନାହିଁ ତାଙ୍କର 

ସବୁ ଶୁଣନ୍ତି ସେ ଜଗତନାଥ 

ଆରତ ଜନଙ୍କ ଉଦ୍ଧାର ପାଈଁ 

ନେଇଛନ୍ତି କେତେ ଅବତାର 

ଶୁଣନ୍ତି ଗୁହାରି ଅନେକ 

ଲଗାଇଛନ୍ତି ମାନବୀୟ ଲୀଳା 

ଯାହା ପାଳିବ ଏ ଜଗତ 

ଚାଲିବ ହୋଇ ସୁସ୍ଥ ସମୃଦ୍ଧ 

ରହି ନୀଳ କନ୍ଦରରେ 

ଚାହିଁଛନ୍ତି ସାରା ଜଗତ 

ଟାଣୁଛନ୍ତି ଭକତ ଜନଙ୍କୁ 

ଶିରୀକ୍ଷେତର 

ବରଷକେ ଥରେ କରନ୍ତି 

ନିଜେ ରଥ ଯାତରା 

ଯେବେ ଯାଆନ୍ତି ମାଉସୀ ଘର 

ଖାଇ ପୋଡପିଠା ଖିରି 

ଧରି ନବଯୌବନ ବେଶ 

ରଥରେ ବସି ବାମନ ରୂପେ 

କରନ୍ତି ଭକତଙ୍କୁ ଦରଶନ 

ଦିଅନ୍ତି ଆରତଙ୍କୁ ଦରଶନ 

ଲଗାଇ ଅନେକ ଲୀଳା 

ଝୁଲଣ, ଦୋଳ, ଚାପଖେଳ 

ପଖାଳନ୍ତି ଭକ୍ତଙ୍କ ଚକ୍ଷୁ ଯୁଗଳ 

ଭାବର ଠାକୁର ସିଏ ଜଗନ୍ନାଥ 

ଅଭାବକୁ ବହୁ ଦୂର

ତାଙ୍କ ବିଷୟରେ ଲେଖିବା 

ବାହୁଲ୍ୟ ମାତ୍ର, ପାଗଳାମି 

ଶୟନ ସପନ ଜାଗରଣେ 

କାୟ, ମନ, ବାକ୍ୟରେ 

ସୁମରିବା ତାଙ୍କ ନାମ 

କରିବା ଚାଲ ତାଙ୍କ ଅନୁଭବ 

ଉଦ୍ଧରିବେ ପାପ ପଙ୍କରୁ ନିଶ୍ଚୟ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics