STORYMIRROR

Dr. Rajib Lochan Panigrahy

Classics Inspirational Children

4  

Dr. Rajib Lochan Panigrahy

Classics Inspirational Children

ଗୋପ ଦାଣ୍ଡେ ଖେଳେ ନନ୍ଦର ବଳା

ଗୋପ ଦାଣ୍ଡେ ଖେଳେ ନନ୍ଦର ବଳା

1 min
21

ଗୋପ ଦାଣ୍ଡେ ଖେଳେ ନନ୍ଦର ବଳା 

କେଡେ ଶୋଭାବନ ଦିଶଇ ତୋରା 

ଗୋପ ଗୋପାଳୁଣୀ ଆଦର କରନ୍ତି 

କାହ୍ନା ହୋଇଥାନ୍ତି ଗଳାର ମାଳି 

ଗଳା ରତ୍ନ ହାରା ଅଟନ୍ତି ମାତାର 

ଗୋଗୋଷ୍ଠ ଧରି ଯାଆନ୍ତି ବନକୁ 

ମାତା ଭାଳୁଥାନ୍ତି ଗଲେ ବନକୁ 

ଗୋପାଳୁଣୀ ଭାଲନ୍ତି ହଟିଆକୁ 

ଧେନୁ ଭାଳୁଥାନ୍ତି ବଂଶୀ ସ୍ଵନକୁ 

ବୃକ୍ଷ ଲତା ଭାଲନ୍ତି ବନେ ତାଙ୍କୁ 

କୁନ୍ତଳ ଚୁଟିରେ ତାଙ୍କ ମୟୁର ଚୁଳ 

ଗଳାରେ ଲମ୍ବାଇ ଚଳନ୍ତି ଫୁଲହାର 

ଗୋପ ଦାଣ୍ଡେ ଖେଳନ୍ତି ମାଟିରେ 

ଦଧି ହାଣ୍ଡି ଭାଙ୍ଗି କରନ୍ତି ଲବଣୀ ଚୋରି 

ଗିରି ଗୋବର୍ଦ୍ଧନ ଧରି ଗୋପ ନଗରୀ 

ରକ୍ଷାକରିଥିଲେ ବାଳ ଗୋପାଳ ପୁଣି 

ଗୋପପୁରକୁ ରକ୍ଷୀଲେ ଅକା ବକା 

ପୁତନା କେତେ ଅସୁର କାଳୀୟ ଦଳି 

ଯଶୋଦାଙ୍କ ସୂତ ନନ୍ଦ ନନ୍ଦନ କେତେ 

ଅଝଟିଆ ମନ ମୋହିଥିଲା ସଭିଙ୍କ ଅତି 

--------------------- -

ରାଜୀବ ଲୋଚନ ପାଣିଗ୍ରାହୀ 

ଆସିକା, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics