STORYMIRROR

Kiranbala Rath

Drama

3  

Kiranbala Rath

Drama

ବହୁତ କିଛି କହିବି ତୁମକୁ

ବହୁତ କିଛି କହିବି ତୁମକୁ

1 min
112

ବହୁତ କିଛି କହିବି ତୁମକୁ

ବହୁତ କିଛି କହିବି ତୁମକୁ

କିନ୍ତୁ କ'ଣ କହିପାରେ ତୁମକୁ ।


ସତ୍ୟ ଅଟେ ଏବେ ତୁମ ବିନା ବଞ୍ଚିବାକୁ ପଡ଼ିବ ମୋତେ

କିନ୍ତୁ ଗୋଟିଏ ମୁହୁର୍ତ୍ତ ମଧ୍ୟ ତୁମ ବିନା ରହିପାରେ ନାହିଁ

ବହୁତ କିଛି କହିବି ତୁମକୁ।


ସର୍ବଦା ଚେଷ୍ଟା କରେ 

ତୁମକୁ ଭୁଲି ଯିବା ପାଇଁ

କିନ୍ତୁ ଗୋଟିଏ ମୁହୁର୍ତ୍ତ ମଧ୍ୟ ଭୁଲି ପାରେନାହିଁ ତୁମକୁ

ଦେଖେ ସ୍ୱପ୍ନ ରାତି ରାତି ତୁମକୁ

କିନ୍ତୁ ଚାହିଁଲେ ମଧ୍ୟ ଶୁଆଇ ଦେଇ ପାରେ ନାହିଁ ନିଜକୁ

ବହୁତ କିଛି କହିବି ତୁମକୁ।


ଏ ନିରୀହ ଆଖି ସମୁଦ୍ର ଭଳି ଖୋଜେ ତୁମକୁ

ତୁମକୁ ନ ପାଇ ସେ କ'ଣ କାନ୍ଦିପାରେ

ବଞ୍ଚିବା ବି ନୁହେଁ ତୁମ ବିନା ସମ୍ଭବ

କିନ୍ତୁ ବାଧ୍ୟ ଏମିତି ଯେ ମରିବାକୁ ଚାହିଁଲେ ମଧ୍ୟ

ମୁଁ ମରି ପାରେନା

ବହୁତ କିଛି କହିବି ତୁମକୁ ।


ତୁମେ ଯଦି ବୁଝିପାରନ୍ତ

ଜାଣିପାରନ୍ତ କେତେ ଅସହାୟ ମୁଁ

କେମିତି ପ୍ରତିଫଳିତ ହେଉଛି ମୋର ଯନ୍ତ୍ରଣା

କିନ୍ତୁ ଚୁପ୍ ରହିଲେ ମଧ୍ୟ ଚୁପ୍ ହୋଇ ରହିପାରେ ନାହିଁ।

କାରଣ ବହୁତ କିଛି କହିବି ତୁମକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama