Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Tragedy Inspirational

4  

Kiranbala Rath

Tragedy Inspirational

ନାରୀ ଙ୍କୁ ଦିଅନି ନିର୍ଯ୍ୟାତନା

ନାରୀ ଙ୍କୁ ଦିଅନି ନିର୍ଯ୍ୟାତନା

1 min
307


ଅନେକ ରୂପରେ ଏ ଧରା ପୃଷ୍ଠରେ

ନାରୀ ଙ୍କ ର ଅବସ୍ଥାନ ,

ନାରୀ ଯେ ଜନନୀ ଅଟଇ ଭଗିନୀ

ଜାୟା ରୂପରେ ପାଏ ସମ୍ମାନ..... ।


ସ୍ନେହ ମମତାର ପ୍ରତୀକ ସ୍ୱରୂପ

ବିଶାଳ ତାଙ୍କ ହୃଦୟ ,

ଅଧୁନା ଯୁଗରେ ସେହି ନାରୀ କିନ୍ତୁ

ହେଉଛନ୍ତି ପରାଜୟ..... ।


ବାର୍ଦ୍ଧକ୍ୟ କାଳରେ ଜନନୀ ଖୋଜୁଛି

ସ୍ନେହ ମମତା ଟିକିଏ

କେତେ ଯେ ଭଗିନୀ ଧର୍ଷଣ ହୁଅନ୍ତି

ଧର୍ଷଣକାରୀ ଙ୍କ ଭୋକେ.... ।


ଯୌତୁକ ପାଇଁ ନବବଧୂ ହତ୍ୟା

ଗର୍ଭ ମଧ୍ୟେ କନ୍ୟା ଭୃଣ

ସଭିଏଁ ପାଆନ୍ତି ନିର୍ଯ୍ୟାତନା ଏଇଠି

ଜଣଙ୍କ ପରେ ଯେ ଜଣ .... ।


 ନାରୀ ଙ୍କୁ ଭାବ ନାହିଁ ଅବଳା ଦୁର୍ବଳା

ନାରୀ ଅଟେ ନାରାୟଣୀ

ଯୁଗ ଯୁଗ ପାଇଁ ସର୍ବ ପୂଜିତା ସେ

ଶକ୍ତିରୂପା ସ୍ବରୂପିଣୀ .... ।


ନାରୀ ବିନା ଏଇ ସଂସାର ଅଚଳ

କରନି ଚରିତ୍ର ହୀନା

ଲାଞ୍ଚ୍ଛିତା, ଶୋଷିତା କରି କୁକାର୍ଯ୍ୟ

ଦିଅ ନାହିଁ ନିର୍ଯ୍ୟାତନା.... ।


Rate this content
Log in

Similar oriya poem from Tragedy