STORYMIRROR

Kiranbala Rath

Fantasy

4  

Kiranbala Rath

Fantasy

ସୌନ୍ଦର୍ଯ୍ୟର ନାମ ନାରୀ

ସୌନ୍ଦର୍ଯ୍ୟର ନାମ ନାରୀ

1 min
387

ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନୁହେଁ କାହାର ସରି

ନାହିଁ କେହି ଅରି ତା'ର

ଅଟେ ସେହି ନାରୀ।


ଜନନୀ, ଭଗିନୀ, ଜାୟା, ବାନ୍ଧବୀ ରୂପରେ

ସବୁ କିଛି ଆରମ୍ଭ ଯେ ତା'ରି ହାତରେ।


ଆକର୍ଷଣୀୟ ସୃଷ୍ଟି ଅଟେ ପରା ନାରୀ

ତା'ର ସୌଭାଗ୍ୟରେ ଘର ହୁଏ ସ୍ୱର୍ଗପୁରୀ।


ପୁରାଣ ଶାସ୍ତ୍ରରେ ଅଛି ନାରୀ ଛ'ପ୍ରକାରର

କେହି କାହା ଠାରୁ ଉଣା ନୁହେଁ ମୋର ବିଚାର।


ପଦ୍ମିନୀ, ଚିତ୍ରିଣୀ ସଙ୍ଗେ ଅଟଇ ହସ୍ତିନୀ

ଶଙ୍ଖିନୀ, ପଦ୍ମିନୀ ଆଉ ଅଟେ ମେତ୍ରୟିନୀ।


ପୃଥିବୀ ଠାରୁ ସହିଷ୍ଣୁ ତା'ର ବିଶାଳ ମନ

ତା'ରି ଭଳି କିଏ ହେବ ସମାନ।


ଚାହିଁଲେ ଯିଏ ଗଢିପାରେ ସୁନାର ସଂସାର

କ୍ଷଣିକରେ ସବୁ ଛାରଖାର।


ସୌଭାଗ୍ୟ ତା'ର ହାତରେ ବୋଲି ସେ ସୌଭାଗ୍ୟବତୀ,

କେତେ ଯତନେ ଗଢିଛି ତା'କୁ ନିୟତି।


ସୃଷ୍ଟିର ମଙ୍ଗଳମୟୀ ପୂଜନୀୟା ସେହି

ସମ୍ମାନର ଯୋଗ୍ୟା ବୋଲି ଭୁଲିବାନି କେହି।


ଧୀର ଚିତ୍ତେ ଚିନ୍ତା କର ଭାଇ

ତା' ବିହୁନେ ସୃଷ୍ଟି କି ବା ସମ୍ଭବ ଅଟଇ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy