ନାରୀ ର ଅନ୍ତ ସ୍ୱର
ନାରୀ ର ଅନ୍ତ ସ୍ୱର
ଏ ସୁନ୍ଦର ପୃଥିବୀରେ
ଏକ ମୁକ୍ତ ବିହଙ୍ଗ ହେବା ପାଇଁ
ଚାହେଁ ମୁଁ.... ।
ମୁଁ ଖୋଜୁଛି....
ଟିକିଏ ସ୍ବାଧୀନତା, ଶାନ୍ତି , ମୁକ୍ତି
ଏବଂ ଅସୀମ ସାହସ... ।
କିଛି ସ୍ନେହ ଏଇ ସଂସାର ର
କିଛି ହୃଦୟହୀନ ମଣିଷଙ୍କ
ହୃଦୟରୁ ,,,,
କିଛି ଆପଣାପଣ ର ଭାବ ! !
ଏ ସୁନ୍ଦର ପୃଥିବୀର
ଅନୁପମ ସୃଷ୍ଟି , ସେ ନାରୀ ;
କିନ୍ତୁ କାହିଁକି .... ?
ସେ ନାରୀ ଆଜି କଳଙ୍କିନୀ
ଯୌତୁକ ଜୁଇ ରେ ମୁଠା ମୁଠା
ଜଳନ୍ତା ପାଉଁଶ ,,,,
ଘର କୋଣର ଅଲୋଡ଼ା
ଅସଜଡା ଖେଳନା
ତା'ର ଅସଜଡା ଜୀବନ କୁ
ସଜାଡୁ ସଜାଡୁ....
ତା'ର ଦେହର କ୍ଷତ ଲୁହ ହୋଇ
ବୋହିଯାଏ ....! ?
ସେ ବି ଉଡ଼ିବା କୁ ଚାହେଁ
ପରାଧିନ ଲୁହା ର ପଞ୍ଜୁରୀ ଭାଙ୍ଗି ,,,,
ଅନ୍ଧକାର ମୟ ଜୀବନ ଠାରୁ
ମୁକ୍ତ ଆକାଶ ର ଆଲୋକ
ସନ୍ଧାନେ ସେ ବି ଚାହେଁ ! !
ଏ ସୁନ୍ଦର ପୃଥିବୀରେ
ହସିଖେଳି ଫୁଟିବାକୁ ! !