STORYMIRROR

Kiranbala Rath

Tragedy

4  

Kiranbala Rath

Tragedy

ମୁଁ ନାରୀ ଟିଏ ବୋଲି

ମୁଁ ନାରୀ ଟିଏ ବୋଲି

1 min
400

ମୁଁ ନାରୀ

ମୋତେ ଗଛ ଚଢ଼ିବା ମନା

ମୋତେ ଦଉଡ଼ିବା ମନା

ପୁଅ ମାନଙ୍କ ସହ ମିଶିବା ମନା

ରାତି ଅଧରେ ପଦାକୁ ପାଦ କାଢ଼ିବା ମନା

ତଥାପି ମୁଁ ଜଣେ ନାରୀ ।


ଯାହାର ଶତ୍ରୁ ନଥାଏ ସେ ହେଉଛି ନାରୀ 

କେହି ଜଣେ କହିଥିଲେ କେବେ

କିନ୍ତୁ ଆଜି ସବୁଠି ଶତ୍ରୁଙ୍କ ଆକ୍ରମଣ

ସମାଜର ଚାରିଆଡ଼େ

ମୁଁ ଯେତେବେଳେ ଚାଲିଛି

ଯୌବନର ବ୍ୟାଗ୍ ଟେ ଭର୍ତ୍ତି କରି

ସଂସାରର ରାଜ ପଥରେ

ମୋର ପଛରେ ଲୋଭିଲା ଆଖି

ଆଉ ଲାଳ ଲହଲହ ହିଂସ୍ର ଜିଭ

ମୋର ହୃଦୟ ସ୍ପନ୍ଦନ ଠାରୁ ବେଶୀ ।


ସେ ଜିହ୍ୱାର ସ୍ପନ୍ଦନ

ସର୍ବପରେ ବି ମୁଁ ସହିପାରେ ସବୁକିଛି

ସବୁ କଷ୍ଟକୁ ହଜମ କରିଦିଏ କ୍ଷଣିକରେ

ମାଁ ଟିଏ ହୋଇ ସଭିଙ୍କୁ ଆଦରି ନେବାର କଳା

ମୋତେ ହିଁ ଜଣା 

ମୋର ଆଗେ ସଭିଏଁ ସମାନ

ନାହିଁ ଭେଦଭାବ ପର କି ଆପଣା

ଏତେ କିଛି ପରେ ବି

ସମାଜରେ କଳଙ୍କିତା ମୁଁ ।


ତା'କୁ ବି ହଜମ କରିବାକୁ ହୁଏ ଜୀବନରେ

ଆଉ ଯାହା ହଜମ ନ ହେଲା

ପୋଡ଼ି ଦିଏ ନିଆଁର ଚୁଲିରେ

ତଥାପି ବି ମୁଁ ଗର୍ବ କରେ ।


ନାରୀ ଟିଏ ହୋଇ

ମୋତେ ଚିରିବତ କେବଳ ପାଇବ

ସ୍ନେହ , ପ୍ରେମ , ମମତା

ଆଉ ସହିବାର କଳା 

ସବୁ କିଛି ହେଉଛି ଯାହା

ଦୁଃଖ କଷ୍ଟ ଘୃଣା ତକ ପିଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy