Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Inspirational

4.5  

Kiranbala Rath

Inspirational

ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ରାଷ୍ଟ୍ରପତି ଦୌପଦୀ ମୁର୍ମୁ

1 min
348


ଗଣତନ୍ତ୍ର ଶାସନେ ଭାରତ ଆଜି

ଆଦିବାସୀ ଝିଅ ଦେଶର ଶାସକ ,

ଗରିବ ହେଲେ ବି ମାନ ମର୍ଯ୍ୟାଦା ରେ

ଭାରତୀୟ ଗଣତନ୍ତ୍ର ମହକ ।


ଶ୍ରୀମତୀ ଦୌପଦୀ ମୁର୍ମୁ ନାମ ତାଙ୍କର

ଚାରିଆଡ଼େ ଭୁରି ଭୁରି ପ୍ରଶଂସା ,

ଓଡ଼ିଶା ଭାରତେ ଇତିହାସ ହେଲା

ମହିୟସୀ ମୁର୍ମୁ ଙ୍କ ର ଭରସା ।


ଭାରତ ଗଣତାନ୍ତ୍ରିକ ଇତିହାସେ

ଯୋଡ଼ି ହୋଇଗଲା ନୂତନ ଅଧ୍ୟାୟ ,

ମୁର୍ମୁ ଆମର ପଞ୍ଚଦଶ ରାଷ୍ଟ୍ରପତି 

ଦେଶରେ ଶୁଭିଲା ମହାବିଳୟ ।


ଓଡ଼ିଆ ଝିଅ ହୋଇ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଭାବେ ଶପଥ ନେଲେ ,

ସମ୍ମାନର ସହ ସଭିଙ୍କୁ ଜୁହାର

ଶପଥ ଗ୍ରହଣ କରିଣ ଥିଲେ ।


ସାଂସଦ ବିଧାୟକ ମାନଙ୍କୁ ପୁଣି

ସମ୍ମାନେ ଧନ୍ୟବାଦ ଦେଇଥିଲେ ,

ଆଦିବାସୀ ଗାଁ ଜୀବନରୁ ଆରମ୍ଭ

ତାଙ୍କ ରାଜନୀତି କଥା କହିଲେ ।


କଲେଜ୍ ପଢୁଆ ପ୍ରଥମ ଝିଅ ସିଏ

ନିଜ ଜନ୍ମଭୂମି ଗାଁ ମାଟିରେ ,

ଦଳିତ କି ଅବହେଳିତ ନୁହେଁ

ସୌଭାଗ୍ୟ କରିଛି ଗଣତନ୍ତ୍ର ରେ ।


ଦେଶ ସ୍ଵାଧୀନତା ପଞ୍ଚସ୍ତରୀ ବର୍ଷେ

ରାଷ୍ଟ୍ରପତି ଭାବେ ନିର୍ବାଚିତ ,

କାଉନସିଲ୍ ରୁ ସେ ରାଷ୍ଟ୍ରପତି

ଦେଶ ପାଇଁ ପରା ଗୌରବ ।


ନିଷ୍ଠାର ସେ ପାଳନ କରିବେ 

ମିଳିଥିବା ନୂଆ ଦାୟିତ୍ଵର

ଜୀବନ ଯାତ୍ରା ଟି ପ୍ରଶଂସା ରେ ଝୁରେ

ଆଦିବାସୀ ଗାଁ ତାଙ୍କ ଓଡ଼ିଶାର ।


ଭାରତ ଗରିବ ସ୍ୱପ୍ନ ଦେଖିବାରେ

ସ୍ୱପ୍ନ କୁ ପୂରଣ କରିପାରେ

ଆଦର୍ଶ ମନ୍ତବ୍ୟ ଦେଇ ବୁଝାଇଲେ

ଦେଶ ହିତେ ସର୍ବୋଚ୍ଚ ଦାୟିତ୍ଵ ରେ ।


ଅଭିଭାଷଣ ଟି ସୁନ୍ଦର ରଖିଲେ

ଆବୃତ୍ତି ଭୀମଭୋଇ କବିତା ର

ମୋର ଜୀବନ ପଛେ ନର୍କେ ପଡ଼ିଥାଉ

କଲ୍ୟାଣେ ହେଉ ଜଗତ ଉଦ୍ଧାରେ ।


ଯୁବପିଢି ମହିଳା ଙ୍କ ହିତ ଲାଗି

ସର୍ବୋଚ୍ଚ ଦାୟିତ୍ଵ ରଖି ମନରେ ,

ଆତ୍ମ ନିର୍ଭରଶୀଳ ଭାରତ ସୃଷ୍ଟି ପାଇଁ

ଏକତା ନେତ୍ରୀ ଦୌପଦୀ ମୁର୍ମୁ ରେ ।


Rate this content
Log in

Similar oriya poem from Inspirational