Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Others

4.0  

Kiranbala Rath

Others

ନାରୀ ଜାଗରଣ

ନାରୀ ଜାଗରଣ

1 min
193


ନାରୀ ତେଜସ୍ୱିନୀ ତୁମେ ତପସ୍ଵିନୀ

ତୁମେ ସୀତା ତୁମେ ଲକ୍ଷ୍ମୀବାଈ

ତୁମେ ଶକ୍ତିମୟୀ ତୁମେ ସ୍ନେହମୟୀ

ଚୁପ୍ ରୁହ ଅବା କାହିଁ ପାଇଁ.... ?


କାହାର ଖୁସି ପାଇଁ ଆଖିର ଲୁହ ପିଇ

ଅସ୍ତିତ୍ୱକୁ ଦିଅନା ହରାଇ

ତୁମେ ନିର୍ବିକାରେ କାହାର କଥାରେ

ସ୍ୱପ୍ନକୁ ହରାଇ ଦିଅ ନାହିଁ..... ।


ସବୁ ପଛ କରି ବକ୍ଷରେ ଅନଳ ଭରି

ପ୍ରତିବାଦ କର ଆଗ  

ଏହି ସମାଜରେ ତୁମ ଶକ୍ତି ପାଖରେ

ସବୁ ଶକ୍ତି ମାନିଯାଉ ହାର୍.... ।


ତୁମେ ଅବା କାହିଁ ସାଜ କ'ଣ ପାଇଁ

ଅବହେଳିତା ସବୁ କ୍ଷେତ୍ରରେ

ସାଜନି ଅବଳା ସାଜନି ଦୁର୍ବଳା

ଲଢ଼ି ଯା' ଅନ୍ୟାୟ ବିରୁଦ୍ଧରେ.... ।


ଯେ କରେ ଶୋଷଣ ଯେ କରେ ଧର୍ଷଣ

ଜମା ଛାଡ଼ି ଦିଅନି ଏମାନଙ୍କୁ

ଜାଳିଦିଅ ଥରେ ଆଖିର ନିଆଁରେ

ଆଜିର ଦୁଃଶାସନମାନଙ୍କୁ ..... ।


ତୁମ ପାଇଁ ସୃଷ୍ଟି ତୁମ ପାଇଁ ବିଳୟ

ସାଜିପାରେ ଯେ ଆଗ୍ନେୟ ଗିରି

ଜୀବନ ଯୁଦ୍ଧରେ ଆଗେଇ ଚାଲରେ

କଣ୍ଠେ ପ୍ରତିବାଦୀର ସ୍ୱର ଭରି.... ।


ତୁମେ ତ ଜନନୀ ତୁମେ ତ ଭଗିନୀ

ତୁମେ ତ ପ୍ରେମିକା ତୁମେ ତ ଜାୟା

କାହାକୁ ଡରନି ଜମାରୁ ହାରନି

 ତୁମେ ତ ଶକ୍ତିରୂପା ନିର୍ଭୟା..... ।



Rate this content
Log in