Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiranbala Rath

Tragedy

4.5  

Kiranbala Rath

Tragedy

ନାରୀ ଅଭିଶପ୍ତ

ନାରୀ ଅଭିଶପ୍ତ

1 min
400


ଏନ୍ତୁଡ଼ିଶାଳ ରୁ ଜୁଇ ନିଆଁ ଯାଏଁ

ପ୍ରତି ମୁହୂର୍ତ୍ତରେ ଦୁଃଖ କଷ୍ଟ ସହେ

କି ଦୋଷ ଥିଲା ସେ କୋମଳ ଶିଶୁ କନ୍ୟା ର

ମାତୃ ଗର୍ଭରେ ଥାଇ ନାଶ ହେଲା ଯାହାର ।


ଯାହାର ରକ୍ତ ମାଂସ ରେ ଗଢ଼ା ଶରୀର

ସେହି ନାରୀ ହୁଏ ଧର୍ଷଣ ର ଶିକାର 

ନାରୀ ସମ୍ମାନ ର ବାଢୁଛି ଡିଣ୍ଡିମ

ହେଲେ ତା ' ଲୁହକୁ କିଏ ଅବା ପୋଛିବ ?


କେବେ ଭୃଣ ହତ୍ୟା, କେବେ ବଳାତ୍କାର

କେଉଁଠି ଜଳୁଛି ନାରୀ ର ଶରୀର

ଭୋଗ୍ୟ ବସ୍ତୁ ନା ' ଖେଳନା ବଜାରରେ ?

ସମାଜ କୁ ନିଜର ଅସ୍ତିତ୍ବ ପଚାରେ ।


ନାରୀ ନିର୍ଯ୍ୟାତନା ନାରୀ ଅତ୍ୟାଚାର

ନାରୀ ପାଇଁ କ'ଣ ନିୟତି କଠୋର ?

କାହାର କାନରେ ବାଜୁନି କରୁଣ ଚିତ୍କାର

ସମାଜ ପାଲଟି ଗଲା କି ମୂକ ବଧିର ।


ନାରୀ ସୁରକ୍ଷା କୁ ମିଳିବ ପ୍ରାଧାନ୍ୟ ?

ମିଳିବ ନାରୀ କୁ ମାନ ସମ୍ମାନ ?

ନର ନାରୀ ମଧ୍ୟେ କ୍ଷୂର୍ଣ୍ଣ ହେବ ଭେଦଭାବ ?

ସମାଜ ରୁ ହ୍ରାସ ପାଇବ ବିବାଦ?


ନାରୀ କୁ ମିଳିବ ସମାନ ଗୁରୁତ୍ଵ ?

ନାରୀ ଶୋଷଣର ହୋଇବ କି ଅନ୍ତ ?

ଦିଗନ୍ତ ବିସ୍ତାର କରି ସୂର୍ଯ୍ୟ କି ଉଦୟ ହେବ ?

ଧର୍ମ ରକ୍ଷା ପାଇଁ ଉଠିବ କି ଗାଣ୍ଡିବ ?



Rate this content
Log in

Similar oriya poem from Tragedy