STORYMIRROR

Kiranbala Rath

Tragedy

3  

Kiranbala Rath

Tragedy

ନାରୀର ଚିତ୍କାର

ନାରୀର ଚିତ୍କାର

1 min
215

ମୁଁ ଚିତ୍କାର କରିବି ଯେଉଁଠି

ଭାଗ୍ୟ କି ସାଥ୍ ଦେବ ସେଇଠି

ଠିଆ ହେବ କି ବିଭେଦର ଦାୟୀ ଗୁଡ଼ିକ  

ଚେତିବ କି ଜନତା ଚେତିବ କି ଚେତନା  

ମିଶେଇବ କି ମୋର ସ୍ୱର ସହ ଏ ବିଶ୍ୱ  

ଦେବ କି ନିଜ ଚିତ୍କାର ସହିତ ପାଥେୟ କରି

କ'ଣ ନାରୀ ପାଇଁ କେବଳ ନାରୀଟିଏ ହିଁ ଚିତ୍କାର କରି ଉଠିବ .... ?


କାହିଁ ସେହି ବାହାସ୍ପୋଟର ହୁଙ୍କାର ଗୁଡ଼ିକ  

ସେମାନେ ବି ତ କେଉଁ ସ୍ୱାଗତର ଅପେକ୍ଷାରେ  

କେଉଁ ଜାଗରଣର କେଞ୍ଚା ଅପେକ୍ଷାରେ  

କାହାନ୍ତି ସେହି ବୁଦ୍ଧିଜୀବିମାନେ  

ଯେ ଅନେକ କିଛି ଦର୍ଶନ ରେ ପୋତି ଦିଅନ୍ତି ... ? 


କାହିଁକି ସେହି ଓଜସ୍ୱିନୀ ଭାଷଣମାନେ  

ବିବାଦରେ ମୁଣ୍ଡ ଟେକି ଠିଆ ହୁଅନ୍ତି  

କାହିଁକି ସେହି କ୍ଷେତ୍ରାଧିପତି ମାନେ

ଯେ ଦିନେ ବିଶ୍ୱ ଭାତୃତ୍ୱର ଅଙ୍କ କଷି ଚାଲିଥିଲେ

କାହାନ୍ତି ସେହି ଜାତି ମାନେ

ଯେଉଁମାନେ ସମାନତାର ବାର୍ତ୍ତା ‌‌‌‌‌‌‌ଦେଇ ଯାଇଥିଲେ.... ???


କାହିଁକି ପ୍ରଶ୍ନ କେବଳ ନାରୀକୁ ସେ ଚୁପ୍ ଅଛି ବୋଲି...?

କାହିଁ ପୁରା ବିଶ୍ୱ କାହା ପ୍ରତୀକ୍ଷାରେ ନିଜକୁ ଅଟକାଇ ରଖିଛି ...??

ନା ଏ ଷଡ଼ଯନ୍ତ୍ରର ପଶାପାଲି ମେଲେଇ ବସିଛି  

ସମୂଳେ ନାଶିବାର ପ୍ରୟାସ ଯେଉଁଠି ସେ କରୁଛି  

ସେଇଠି ସେ ତା'ର ମୃତ୍ୟୁ ଲେଖିଛି... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy