STORYMIRROR

ବିନୟ ମହାପାତ୍ର

Romance Fantasy

4  

ବିନୟ ମହାପାତ୍ର

Romance Fantasy

ବର୍ଷା ଛାଡିଗଲା ପରେ

ବର୍ଷା ଛାଡିଗଲା ପରେ

1 min
294

ଯେତେ ବେଳେ ମେଘ ଛାଡିଯାଏ,

ବର୍ଷାର ଛମା ଛମ ସୁର ଥମିଯାଏ,

କ୍ଳାନ୍ତ ନାୟିକାର ନୂପୁରର ଛନ୍ଦ ପରି

ମଧୁ ଜଲସାରେ,

ତାନପୁରାର ତାର ଛିଣ୍ଡି ଯାଏ,

ଆଉ ମେଘ ଡମ୍ବରୁ

ଦୁମୁକାଇ ଦିଏ ନାହିଁ ଛାତି ।।


ଭିଜା ଭିଜା ଏ ଶ୍ରାବଣର ସଂଧ୍ୟା,

ଗଛର ପତ୍ରରୁ ଟପ୍ ଟାପ୍

ବର୍ଷାର ପାଣି ନିଗିଡି ପଡେ,

ସତେ ଆବା ବୈଶାଖ ଦିପହର,

ଧାର ଧାର ସ୍ଵେଦ, ବିନ୍ଦୁ ବିନ୍ଦୁ ହୋଇ ।

ପାହାଡି ଝରଣା ଆଜି କଳ କଳ ନାଦ କରି,

ଶ୍ରାବଣର ପାଣି ସାଥେ

ବୋହିଯାଏ ଅଗଣାରେ ମୋର ।


ବର୍ଷା ଛାଡିଗଲା ପରେ

ସେତିକି ବେଳେ

ଦମକାଏ ହେମାଳ ପବନ,

ମନକୁ ମୋ ଚହଲାଇ ଦିଏ,

ଛାତି ତଳେ କମ୍ପନ ଜଗାଏ,

କାହାର ଉଷୁମ ପରଶ ପାଇଁ

ବାହୁନି ଉଠଇ ଏଇ ମୋର ମନ,

କାହିଁକି କେଜାଣି,

ତମ କଥା ବେଶି ମନେପଡେ ।।


ମନେ ଭାବେ

ତୁମେ ଥାଆନ୍ତ କି ପାଖେ ପାଖେ ମୋର,

ପୁଣି ଆଉଜାଇ ନିଅନ୍ତ ଟିକିଏ ।

ଆଉ ତମ ଉଷୁମ ପଣତେ,

ପୋଛି ନିଅନ୍ତ, ଏ ହୃଦୟରେ ଲାଗିଥିବା

ବିନ୍ଦୁ ବିନ୍ଦୁ ବରଷାର ଜଳ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance