LALITA MOHAN DASH

Romance Fantasy

4  

LALITA MOHAN DASH

Romance Fantasy

କଲେଜ ଜୀବନର କାହାଣୀ

କଲେଜ ଜୀବନର କାହାଣୀ

3 mins
276



ଷ୍ଟିଓ୍ବାର୍ଟ ସାଇନ୍ସ କଲେଜ, କଟକ । କଲେଜର ହତା ବାହାରେ ଗୋଟିଏ ଚା ପାନ ଦୋକାନ, ଅପରାହ୍ନରେ ଗୋଟିଏ ଗୁପଚୁପ ଗାଡି ଲାଗେ । ତା ଛଡ଼ା, ଗୋଟିଏ ସାଇକଲ ମରାମତି ମେକାନିକ ଆସି ବସେ । ରାସ୍ତା ସେ ପାଖେ, ଗୋଟିଏ ନୀରା ବିକ୍ରୟକେନ୍ଦ୍ର ଓ ତାକୁ ଲାଗିକି ଗୋଟିଏ ସେଲୁନ ।

ଦିନେ ସକାଳୁ, ଚୁଟି କାଟିବାକୁ ଉକ୍ତ ସେଲୁନରେ ପହଞ୍ଚିଲି । ସିଟ ଖାଲି ଥିଲା, ତେଣୁ ଆଗ ଯାଇ ବସିଗଲି । ଦାସ ( ସମ୍ଭବତଃ ଭଣ୍ଡାରୀର ନାଁ ) ଚୁଟି କାଟିବା ଆରମ୍ଭ କରିଦେଲା । କିଛି ସମୟ ପରେ ସେଲୁନ ଆଇନା ଦେଇ ପଛ ପଟକୁ ନଜର ପଡିଲା । ପଛ ବେଞ୍ଚରେ ବସିଥିବା ଗୋଟିଏ ଲୋକର ମୁହଁ ଚିହ୍ନା ଚିହ୍ନା ଲାଗିଲା , ବାରିକର ମୁହଁ କୁ ଏପଟ ସେପଟ କରି କଇଁଚି ଓ ଉସ୍ତରା ଚାଳନା ଯୋଗୁଁ ଧ୍ୟାନ ଭଙ୍ଗ ହେଉଥାଏ । ଭଲ ସାର୍ଟ ପ୍ୟାଣ୍ଟ, ଜୋତା ପିନ୍ଧା ଲୋକଟି, ଆଇନା ବାଟେ ମତେ ଦେଖୁଥାଏ, ମୁଁ ତାକୁ ଚିହ୍ନି ବାକୁ ଚେଷ୍ଟା କରୁଥାଏ ।

ଚୁଟିକଟା ସରିବା ପରେ, ମୁଁ ଚୌକିରୁ ଓହ୍ଲାଇ ତା ଆଡ଼କୁ ବୁଲିଗଲି। ଆରେ ତାକୁ ତ ମୁଁ ଚିହ୍ନିଛି । ଚା ପାନ ଦୋକାନରେ ସେ ଲୋକଟି କାଠ ଓ କାଚରେ ତିଆରି ଠେଲା ଗାଡ଼ି ନେଇ, ଲୋକଟି ବିସ୍କୁଟ ସପ୍ଲାଏ କରିବାକୁ ଆସୁଥିଲା । ବହୁଦିନୁ, ପ୍ରାୟ ବର୍ଷେ କାଳ ତା'ର ଦେଖା ନ ଥିଲା ।

ଆଗରୁ ସେ ହାଫ ପ୍ୟାଣ୍ଟ ରେ ଗାମୁଛା ଠେକା ମାରି, ଗୋଟେ ହାତକଟା ଗଞ୍ଜି ପିନ୍ଧି, ଦି ପହର ବେଳା, ଚା ଦୋକାନ ରେ ବିସ୍କୁଟ ଦେଇ ଯାଉଥିଲା । ଏବେ ତାର ବେଶଭୂଷା ପୁରାପୁରି ଅଲଗା ।

ମତେ ସାମନାସାମନି ଦେଖି, ସେ ଗୋଟେ ଥଣ୍ଡା ହସଟିଏ ହସିଲା । ତାକୁ ତା ଭଲମନ୍ଦ ପଚାରିବାକୁ ବାହାରିଲି, ତତକ୍ଷଣାତ ସେ ସରମେଇ ସେଠୁ ମତେ ନମସ୍କାର ମାରି ଫେରାର । ବାରିକ କୁ ତା'ର ଏମିତି ବ୍ୟବହାର ର କାରଣ ପଚାରିଲି ।

ବାରିକ କହିଲା- ସେ ପରା ସେଇ ବିସ୍କୁଟ ବାଲା । ନଗଦାନଗଦି ଦଶହଜାର କମେଇଦେଇଛି । ଆଉ ବିସ୍କୁଟ ବେପାର କରୁନି ।

ମୁଁ - ଦଶହଜାର!! କେମିତି?

ବାରିକ ର ବିସ୍ତୃତ ବିବରଣୀ -

ଷ୍ଟିଓ୍ବାର୍ଟ କଲେଜରେ ଗୋଟିଏ ରୋଟୋ ଫଟୋକପି ମେସିନ ଥାଏ । ସେଥିରେ ଗୋଟିଏ ଟାଇପ କାଗଜର ଅନେକ କପି କରିହୁଏ । ଏ ବିସ୍କୁଟ ବେପାରୀ, ସେଇ ମେସିନଟିର ସଦୁପଯୋଗ କରିଦେଇଛନ୍ତି । ପ୍ରାୟ ବର୍ଷେତଳେ, କଲେଜର ପିଓନ ଓ କ୍ଲର୍କଙ୍କୁ ଫୁସୁଲାଇ, କଲେଜ ସରିବା ସମୟ ପରେ, ସେ ଗୋଟିଏ ଦରଖାସ୍ତ ବା ଆବେଦନ ଫର୍ମକୁ ପ୍ରାୟ ହଜାର ଟି କପି କରି ନେଇଛି ।

ପ୍ରତ୍ୟେକ ଫର୍ମକୁ ସେ ଦଶଟଙ୍କାରେ ବିକ୍ରୀ କରି ଦଶହଜାର ଟଙ୍କା ଅକ୍ଳେଶରେ ରୋଜଗାର କରି ସହର ଛାଡି, ବେପାର ଛାଡି ଫେରାର ।

ଆଚ୍ଛା, ସେ ଫର୍ମରେ କ'ଣ ଥିଲା ଯେ ଦଶଟଙ୍କାରେ ବିକ୍ରୀ କରିପାରିଲା ???

କଳ୍ପନାତୀତ ଉଦ୍ୟମ ।

ଲେଖାଟି ଥିଲା ଏହିପରି ---

ଇରାକ ଯୁଦ୍ଧରେ ଶତାଧିକ ଇରାକୀ ସୈନ୍ୟଙ୍କ ମୃତ୍ୟୁ ହେଇଛି । ତେଣୁ ଇରାକ ସରକାର, ଦେଶବିଦେଶରୁ ଯୁବକମାନଙ୍କୁ ନିମନ୍ତ୍ରଣ ଜଣାଉଛି ଯେ, ଯଦି କେହି ଯୁବକ ଇଚ୍ଛା କରିବେ, ତେବେ ଏହି ଆବେଦନ ପତ୍ର ଜରିଆରେ, ନିଜ ନାମ, ଠିକଣା ସହ ଆବେଦନ କଲେ, ଇରାକ ସରକାର, ଯୋଗ୍ୟ ପ୍ରାର୍ଥୀଙ୍କୁ ଡକାଇବା ସହ ସେଠାର ବିଧବା ସ୍ତ୍ରୀ ଲୋକଙ୍କ ସହ ବିଭାଘର ସହିତ, ଜମି ଚାକିରୀ ଇତ୍ୟାଦି ଯୋଗାଇଦେବ ।

ଅବିଶ୍ୱାସ ହେଲେ ବି ସତ, ବିସ୍କୁଟ ବାଲା, ମାତ୍ର ଦୁଇ ମାସରେ, ହଜାରେ ଫର୍ମ ବିକି ଦଶହଜାର ଟଙ୍କା ନେଇ ଫେରାର । ସେତିକି ଶୁଣିଲାପରେ, ବାରିକ ସହ ଅନ୍ୟ ଗରାଖ ସହ ମୁଁ ବି ବହେ ହସି ଉଠିଲି ।

ଅବଶ୍ୟ, ମୁଁ ଦ୍ୱିତୀୟ ଥର ବି ହସିଲି, ଏଇଥିପାଇଁ ଯେ, ଲୋକଟିର ଶୋଷଣ କରିବା, ଧୂର୍ତ୍ତ ହେବା, ମୌକାର ଫାଇଦା ନେବା ବେଶ ମଜାଦାର । କିନ୍ତୁ, ଏହା ମତେ ଭାବିବାକୁ ବାଧ୍ୟ କଲା ଯେ, ହଜାରେ ଯୁବକ ଏପରି ବି ଅଛନ୍ତି, ଏଇ ସହରରେ ।

ଲତପତ ଲତପତ ଲତପତ

ଅଗ୍ନିପଥ ଅଗ୍ନିପଥ ଅଗ୍ନିପଥ

ଦେଶସେବା, ସମାଜସେବା ଠୁ ଉର୍ଦ୍ଧ୍ବରେ ବି ଏହି ବିକ୍ଷୋଭକାରୀଙ୍କ ନିଜସ୍ବାର୍ଥ।


Rate this content
Log in

Similar oriya poem from Romance