Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Classics Others

3  

ବି. ନିରୁପମା

Romance Classics Others

ତୋଳିନିଅ ଶ୍ୟାମଘନ

ତୋଳିନିଅ ଶ୍ୟାମଘନ

1 min
245


ତୁମ ଅଙ୍ଗ ଶୋଭା ଦେଖି ହେ ମୋହନ

ଥୟ ନୋହୁଛି ଏ ମନ,

ଇଚ୍ଛା ହେଉଅଛି ବାରବାର ଖାଲି

କରିବାକୁ ଆଲିଙ୍ଗନ ।


ତୁମରି ଭାବରେ ପଡ଼ିଲା ଦିନଠୁ

ମୁଁ ହୋଇ ରହିନି ମୋର,

ଆନମନା ହୋଇ ଯାଉଅଛି ସଦା

ଶୁଣି ଏ ବଇଁଶୀ ସୁର ।


ନ କହିବା କାମ କରୁଛି ଖାଲି ମୁଁ

କରିବା ଯାଉଛି ଭୁଲି,

କେତେ କଟୁ କଥା ଶୁଣୁଛି ସେ ଲାଗି

କହି ପାରିବିନି ଖୋଲି ।


ତୁମକୁ ତ ମୁହିଁ ମନ ଦେଇଅଛି

ଆନ କଥା ଶୁଣି କିଆଁ,

ଅଭିମାନ କରି ତୁଚ୍ଛାଟାରେ କୁହ 

ଡରିକି ହେବି ଛାନିଆ ।


ତୁମେ ମୋର ଶ୍ଵାସ ତୁମେ ବିଶ୍ୱାସ

ତୁମେ ମୋ ପିଣ୍ଡର ପ୍ରାଣ,

ବିଳମ୍ବ ନ କରି ବାହୁ ଯୁଗଳରେ

ତୋଳି ନିଅ ଶ୍ୟାମଘନ ।


Rate this content
Log in

Similar oriya poem from Romance