Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Romance

3  

Prafulla Chandra Mishra

Romance

ଆସ ଆସ ସାଥୀ

ଆସ ଆସ ସାଥୀ

1 min
323



ସଜ କୁସୁମ ର ବାସ,  ମହକାଇ ଦିଏ ଆସ, ଆସ ଆସ ସଥୀ

ମନ୍ଦ ଅନୀଳ ପରଶେ, ସାସ୍ୱତ ପ୍ରେମ ପ୍ରକାଶେ, ବେଳଯାଏ ବିତି

ସ୍ୱର୍ଗୀୟ ଶୁଭ ଲଗନ, ଆନମନା ହୁଏ ମନ, କହ ଗୋ କେମିତି

ଆସ ଆସ ସଥି ।


କମଳ କୁସୁମ ସମ, ରଙ୍ଗ ଆହାକି ସୁଷମ, ଝଟକଇ କାନ୍ତି

ମନହୁଏ ମୁଗ୍ଧ ଧରା, ଦିଶଇ ଆହା କି ତୋରା, ସେ ମଉନାବତୀ

ନୀଳ ନୟନା ଶୋଭନା, ସୁହାସିନୀ ସୁଲୋଚନା, ଦେବୀ ପ୍ରୀୟବତୀ

ଆସ ଆସ ସଥୀ ।


କୋଳେଇ ନେବାକୁ ତାର, ସ୍ଵଚ୍ଛ ସୁକୋମଳ କୋଳ, ପ୍ରସାରି ଦେଇଛି

ଫଳ ଫୁଲ ସୌର୍ଯ୍ୟ ଯୁକ୍ତ, ଅମୃତମୟ ପବିତ୍ର, ହୃଦୟ ପାତିଛି

ବାତ୍ସଲ୍ୟ ମମତା ଭରେ, ଚାହିଁଛି ପ୍ରେମ ଆତୁରେ, ବେଳ ଯିବ ବିତି

ଆସ ଆସ ସାଥୀ ।


ପୂଣ୍ୟ କାର୍ତ୍ତିକ ହେମନ୍ତ, ପ୍ରଭାତ ଦୃଶ୍ୟ ବିଚିତ୍ର, ମମତା ମୂରତି

ଚିତେ ଆନନ୍ଦ ବିତରେ, ସୁଖର ଲହରୀ ମାଳେ, ଲଭିବୁ ରେ ଶାନ୍ତି

ପବିତ୍ର ପୂଣ୍ୟାତ୍ମା ସମ, ହେବ ଆତ୍ମା ମନୋରମ, ଲଭି ଦିବ୍ୟ ଶକତି

ଆସ ଆସ ସାଥୀ ।


ଶେଫାଳୀ ଫୁଲ ଶେଯ ରେ, ପବନ ର ଝୁଲଣାରେ, ଝୁଲାଇ ଦେବଟି 

କୁହୁଡି ଚାଦର ତଳେ, ଶୀତ ସିକ୍ତ ଗାଲିଚାରେ, ଲୋଟିଯାରେ ସେଠି

ଲଭିବୁ ପରମ ଶାନ୍ତି, ପ୍ରେମ ମୈତ୍ରେୟ ପିରତି, ଦିନ ଯିବ ବିତି

ଆସ ଆସ ସାଥୀ ।


Rate this content
Log in