ସମ୍ପର୍କ
ସମ୍ପର୍କ
ସମ୍ପର୍କ ଆମର ଥିଲା, ଅଛି , ଥିବ
ସବୁଦିନ ପାଇଁ ମନେ ।
ସମ୍ପର୍କକୁ କେବେ ଭୁଲି ଯିବ ନାହିଁ
ଯିବନର ପ୍ରତି କ୍ଷଣେ ।
ଆମ ସମ୍ପର୍କ କୁ ସହିବାକୁ ହୁଏ
ନିତିଦିନ କେତେ କଷ୍ଟ ।
ପାଦରେ ଆଡେଇ ଚାଲିବାକୁ ହୁଏ
କେତେଯେ କଷ୍ଟ କଣ୍ଟକ ।
ସମ୍ପର୍କ ର ଗଭୀରତ ପୁଣି
ବଢି ବଢି ଯାଏ ମନେ ।
ସମ୍ପର୍କ କୁ ଭୁଲି ହୁଏ ନାହିଁ
ପୋଛି ହୁଏ ନାହିଁ ଯିବନେ ।
ହୁଏତ ଦୁନିଆ କରିବନି କେବେ
ଭଲ ପାଇବାକୁ ନିଜର ।
ଦୁନିଆକୁ ପଛେ ପଛରେ ପକାଇ
କରିବି ତୁମକୁ ନିଜର ।
ଜିବନରେ ପଛେ ସହିବାକୁ ହେଉ
ଯେତେ ନରକ ଯନ୍ତ୍ରଣା ।
ହେଲେବି ତୁମକୁ ଭୁଲିବିନି କେବେ
ଏଇମୋ ଅଭୁଲା ଠିକଣା ।

