ବନ ଝରଣା
ବନ ଝରଣା


ପ୍ରକୃତି ର ମନୋରମ ସୌନ୍ଦର୍ଯ୍ୟ
ଋଷିମୁନି ମାନଙ୍କର ତପସ୍ୟାର ସ୍ରୋତ
ସେ ନୁହେଁ ବନର ଝରଣା
ସେ ଅଟେ ସ୍ୱର୍ଗ ମନ୍ଦାକିନୀ।
ଅତୁଳନୀୟ ବିଭା ରେ ଶୋଭିତ
ଜନ ମନ ଲୋଭା ସିଏ..
ସେ ଅଳକାନନ୍ଦା,
କୁଳୁକୁଳୁ ନାଦେ ତାର
ନୁପୁର ର ସପ୍ତ ସ୍ବର ବନ୍ଧା
ଶୁଭ୍ର ବସନ ପରିହିତା
ଗଭାରେ ତା
ବନ ଫୁଲର ସମ୍ଭାର
ବକ୍ଷ ତାର ସୁଶୋଭିତ
ନାନା ରତ୍ନ ଆଭୂଷଣେ।
ଅପୂର୍ବ ଶୃଙ୍ଗାର ରେ ପରିପୂର୍ଣ
ପର୍ବତର ରାଜ ଜେମା
ନାମ ତା ଝରଣା"
ବଣ ପାହାଡ ର
ଅଙ୍କା ବଙ୍କା ରାସ୍ତା ଡେଇଁ
ଅମାନିଆ ସ୍ରୋତ ର ସହିତେ
କେତେ କଙ୍କରିତ ପଥ ଅତିକ୍ରମି
ଅବିରତ ଖୋଜି ସେ ଚାଲିଛି
ଭେଟିବାକୁ ତାର ସେ ଇପ୍ସିତେ।