ପ୍ରୀତିର ପ୍ରତିମା
ପ୍ରୀତିର ପ୍ରତିମା
ହଠାତ୍ ଭେଟିଲେ ତାକୁ
କେବେ କେମିତି
ମୁଁ ଅସୁସ୍ଥ ହୋଇ ପଡେ
ମୋ ଭିତରେ ସଂଚରି ଯାଏ
ବିଦ୍ୟୁତ ପ୍ରବାହ
ମନ ତଳେ ନିମିଷେକ ପାଇଁ
ଚେଇଁ ଉଠେ
ମଲା ଦିନ।
ସ୍ବଭାବିକ ଜୀବନରେ
ସବୁ କେମିତି ଭୁଲ୍ ଭାଲ୍ ହୋଇଯାଏ
ଆଖିର ଇପ୍ସା
ତାକୁ ଦେଖିବାକୁ
ମନ ପୁରିଲା ପର୍ଯ୍ୟନ୍ତ
ଶୋଷ ମରିଲା ଯାଏ
ତା ଉପସ୍ଥିତ କାମ୍ୟ
ଥାଆନ୍ତା କି ପ୍ରତିଟି ନିଃଶ୍ବାସେ ମୋର।
ନିଷ୍କପଟ ହସ ମୁଠେ
ସେ ଯେବେ ଫିଙ୍ଗି ଦିଏ
ମୋତେ ଦେଖୁ ଦେଖୁ
ସେସବୁ କି ଆତୁର ହୋଇ
ସାଉଁଟି ନିଏ
ସେ କଣ ଜାଣିଛି ।
ସେ ଆଉ କା'ର
ପ୍ରୀତି ପ୍ରିୟତମା
ମୋର କିନ୍ତୁ ରହିବ ସେ
ମନ ମନ୍ଦିର ସଦା
ହୋଇ ଗୋଟେ ଚଳନ୍ତି
ପ୍ରୀତିର ପ୍ରତିମା ।

