STORYMIRROR

Satyabati Swain

Romance

3  

Satyabati Swain

Romance

ପ୍ରୀତିର ପ୍ରତିମା

ପ୍ରୀତିର ପ୍ରତିମା

1 min
393

ହଠାତ୍ ଭେଟିଲେ ତାକୁ

କେବେ କେମିତି

ମୁଁ ଅସୁସ୍ଥ ହୋଇ ପଡେ

ମୋ ଭିତରେ ସଂଚରି ଯାଏ

ବିଦ୍ୟୁତ ପ୍ରବାହ

ମନ ତଳେ ନିମିଷେକ ପାଇଁ

ଚେଇଁ ଉଠେ

ମଲା ଦିନ।


ସ୍ବଭାବିକ ଜୀବନରେ

ସବୁ କେମିତି ଭୁଲ୍ ଭାଲ୍ ହୋଇଯାଏ

ଆଖିର ଇପ୍ସା

ତାକୁ ଦେଖିବାକୁ

ମନ ପୁରିଲା ପର୍ଯ୍ୟନ୍ତ

ଶୋଷ ମରିଲା ଯାଏ

ତା ଉପସ୍ଥିତ କାମ୍ୟ

ଥାଆନ୍ତା କି ପ୍ରତିଟି ନିଃଶ୍ବାସେ ମୋର।


ନିଷ୍କପଟ ହସ ମୁଠେ

ସେ ଯେବେ ଫିଙ୍ଗି ଦିଏ

ମୋତେ ଦେଖୁ ଦେଖୁ

ସେସବୁ କି ଆତୁର ହୋଇ

ସାଉଁଟି ନିଏ

ସେ କଣ ଜାଣିଛି ।


ସେ ଆଉ କା'ର

ପ୍ରୀତି ପ୍ରିୟତମା

ମୋର କିନ୍ତୁ ରହିବ ସେ

ମନ ମନ୍ଦିର ସଦା

ହୋଇ ଗୋଟେ ଚଳନ୍ତି

ପ୍ରୀତିର ପ୍ରତିମା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance