STORYMIRROR

sulochana Bisoyi

Romance

3  

sulochana Bisoyi

Romance

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
203

ଷୋହଳ ସଂସ୍କାରୁ ଏ ଏକ ସଂସ୍କାର 

    ବିଶ୍ୱାସେ ଧରଇ କର ଆର ଜଣଙ୍କର 

ଧର୍ମ ଅର୍ଥ କାମ ମୋକ୍ଷ ମିଳେ ଏ ସଂସ୍କାର 

    ଆଚରି ଆଦର୍ଶ ନୀତି ଚଳିଲେ ସଂସାରେ

ଅତୁଟ ବନ୍ଧନ ଇଏ ନାରୀ ପୁରୁଷର 

    ଆମ ସଂସ୍କୃତି ମଧ୍ୟେ ଧାର୍ମିକ ସଂସ୍କାର

ସାତ ଜନ୍ମ ପାଇଁ ହେବା ପାଇଁ ସାଥୀ 

    ଦେବତାଙ୍କୁ ସାକ୍ଷୀ ରଖି ବଚନ ନିଅନ୍ତି 

ଲତା ବିକଶେ ଯେହ୍ନେ ଜାବୁଡ଼ି ବୃକ୍ଷକୁ 

    ସ୍ତ୍ରୀ , ଲତା ଆବୁରେ ଆଦର୍ଶ ପୁରୁଷ ବୃକ୍ଷକୁ

ପ୍ରେମ ଆକର୍ଷଣେ ଆଣ୍ଟେ ବାନ୍ଧି ସେ ବୃକ୍ଷକୁ 

     ସୁଧା ବରସଇ ସଦା ବୃକ୍ଷ ତଳ ତୃଣକୁ

ଯୈନ କ୍ଷୁଧା ନିବାରଣେ ଏ ବନ୍ଧନ ନୁହେଁ 

     ସ୍ତ୍ରୀ ବିନା ଧର୍ମ କାର୍ଯ୍ୟ ସମ୍ଭବ ନ ହୁଏ 

ବଂଶ ରକ୍ଷା ହେତୁ ସିନା ଏ ବନ୍ଧନେ ରହି 

     ପିଣ୍ଡଦାନ ଉଦ୍ଦେଶ୍ୟରେ ପୁତ୍ର ଉପଜାଇ

ବିପଦେ ଆପଦେ ପରସ୍ପର ସାହା ହୋଇ 

     ଆସୁ ଯେତେ ବାଧା ବିଘ୍ନ ଦିଅନ୍ତି ଏଡାଇ

ପରିବାର ଦାୟିତ୍ଵକୁ ଶୃଙ୍ଖଳ ସମ୍ବାଦି 

     ସମାଜେ ବୋଲାନ୍ତି ସେ ତ ସୁଖଦ ଦମ୍ପତ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance