STORYMIRROR

sulochana Bisoyi

Inspirational

4  

sulochana Bisoyi

Inspirational

ସଂସାରର ରୀତି

ସଂସାରର ରୀତି

1 min
181

ଦେଖ ଦେଖ ଦେଖ ନେତ୍ର ଫେଡି ଲୋ

     ଦେଖ ଏ ସଂସାର ରୀତି ।।

ପ୍ରବଳ ଏଇଠି ଲଭଇ ସୁଯୋଗ 

     ଦୁର୍ବଳ ଲଭେ ଦୁର୍ଗତି ।।

ତେଲିଆ ମୁଣ୍ଡରେ ତେଲ ଢଲୁଥାଏ

     ନୁଖୁରା ମୁଣ୍ଡରେ ଓଲ।।

ଧନୀକ ଭୁଞ୍ଜଇ ସୁବର୍ଣ୍ଣ ଥାଳିରେ 

     ଦୁଃଖୀ ହାତେ ଢ଼ିଙ୍କି ମାଲ।।

ଚାଷ ଉଦ୍ଧାରଇ ବଳଦ ସିନା ଲୋ

     ତା କପାଳେ ଲେଖା ପାଳ ।।

ବଳଦ ମୁଖରେ ତୁଣ୍ଡି ବାନ୍ଧି ଚଷା 

     ଶସ୍ୟ କରୁଛି ଅମଳ ‌।।

‌ସେ ଶସ୍ୟ ହରଇ ମାଲିକ କୌଶଳେ

     ଗରିବକୁ କରି ଢାଲ ।।

ବଳଦ ଗରିବ ଖଟିବା ସାର ଲୋ

     ଧନୀ ବୁଝେ କି ତା ମୂଲ ।।

ଗରିବ ପାଇଁ ତ ଧନୀ ର ମର୍ଯ୍ୟାଦା 

     ସମାଜେ ପାଏ ଆଦର ।।

ଅନ୍ଧାର ନଥିଲେ ଆଲୋକର କିମ୍ପା 

      ବଢନ୍ତା ଏତେ ଆଦର ।।

ପୁରୁଷ ସମାଜେ ଚିର ନିଷ୍ପେସିତା 

     ଅବଳା ଦୁର୍ବଳା ନାରୀ ।।

ନାରୀ ହାତେ ଗୃହ କରମ ସମ୍ପାଦି

     ପୁରୁଷର ବାହାଦୁରୀ ।।

ଲଜ୍ୟା ସିନା ଅଟେ ନାରୀର ଭୁଷଣ 

     ତା ପାଇଁ ଅମଡା ବାଟ ।।

ଭୋକିଲା କୁକୁର ଲୋଲୁପ ଦୃଷ୍ଟିରେ

     ନାରୀ ହୁଏ ଛଟପଟ ।।

ନଶ୍ବର ଦେହରେ ଯୌବନ କୁସୁମ 

     କେତେ କାଳ ଅବା ରହେ ।।

ପ୍ରଲୋଭନ ବସେ ମଣିଷ ନିଜଳୁ

      ପାପ ଅନଳେ ଦହେ‌‌।।

ଆସିଛି ସମୟ ବୁଝିବା ପାଇଁ ତ

     ବଳଦ ଗରିବ ଦୁଃଖ ।।

ଚିନ୍ତା କରେ ଏବେ ବଳଦ କଷଣ 

     ତୁଣ୍ଡିରେ ଢାଙ୍କି ତା ମୁଖ ।।

ବଳଦ ଗରିବ ନାରୀର ଦୁଃଖକୁ 

     ହୃଦେ ଅନୁଭବ କର ।।

ତୁମ ସୁଖ ପାଇଁ କରମ କରନ୍ତି 

     ତେଜି ସୁଖ ଆପଣାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational