STORYMIRROR

sulochana Bisoyi

Inspirational

3  

sulochana Bisoyi

Inspirational

ଜନ୍ମଦିନ

ଜନ୍ମଦିନ

1 min
293

ତେଜି ମନୁ ଦ୍ୱେଷ ଜଗାଇ ହରଷ

        ଭୁଲି ନୀଚ ଅଭିମାନ

ଭାଇ ଭଉଣୀ ଏ ସାଙ୍ଗ ସାଥି ହୋଇ

        ପାଳିବା ଜନମ ଦିନ


ପାଖେଇ ଆସିଲେ ଜନମ ଦିବସ 

         ନିଇତି ଦେଖେ ସପନ

ନାନା ଉପହାରେ ପୁରିଯିବ ଘର

         ଜଣାଇ ଅଭିନନ୍ଦନ


ବାରମ୍ବାର ଆସୁ ଏହି ଶୁଭ ଦିନ

          ଏହି ଆଶୀର୍ବାଦ ଦେଇ 

ଗୁରୁ ଗୁରୁଜନ ଆଲିଙ୍ଗନ କରି 

          ଆଦରେ ନେବେ କୋଳେଇ


ପାଶ୍ଚାତ୍ୟ ଢଙ୍ଗକୁ ଅନୁସରି ଆମେ

          ଲିଭାଇବା ନାହିଁ ଦୀପ

ଜନମଦିନ ଦିଅଁ ପୂଜି ଆମେ 

          ଜାଳିବା ମଙ୍ଗଳ ଦୀପ


ସାର୍ଥକ ହୋଇବ ଜନମଦିନରେ

          କଲେ ପର ଉପକାର

କରିବେ ଆଶିଷ ବଢିବ ଆୟୁଷ

           ହିତ କରିଥିବୁ ଯା'ର


ବିଭୂ କୃପା ବଳେ ମଣିଷ ଜନମ

          କେତେ କାଳ କିଏ ଜାଣେ

ଏକ ଏକ ବର୍ଷ ହୁଅଇ ବିଗତ

          ପ୍ରତିଟି ଜନମ ଦିନେ


ଏ କଥାକୁ ହେଜି ଶୁଭ କାର୍ଯ୍ୟେ ନିତି

          ରଖିଥିବା ଆମ ମତି

ପରମ ଦୟାଳୁ ଅଟନ୍ତି ଇଶ୍ଵର 

          ନ ଛାଡିବେ ଆମ କତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational