STORYMIRROR

sulochana Bisoyi

Inspirational

3  

sulochana Bisoyi

Inspirational

ଆଲୋକର ଆଶେ

ଆଲୋକର ଆଶେ

1 min
365

ଭୀମ ଭୈରବ ରବେ ତାଣ୍ଡବ ରଚେ

     ମହାମାରୀ ଏବେ ନଭେ

ଲକ୍ଷ ଲକ୍ଷ ଜନ ଅକାଳ ମରଣେ

     ହାହା କାର ଶବ୍ଦ ଶୁଭେ ।।

କରୋନା ସାଙ୍ଗରେ ତାଳ ଦେଇ ଏବେ

     ନାଚଇ କେତେ ବିପଦ

ବନ୍ୟା ବାତ୍ୟା ଯେତେ ଦୈବି ଦୁର୍ବିପାକେ

     ଜନତା ଗଣେ ପ୍ରମାଦ ।।

ଏବେ ଏ ସଙ୍କଟ ନିୟନ୍ତ୍ରଣ ଲାଗି

     ହୋଇଛି ଯେତେ ବିଧାନ

ଗୃହବନ୍ଦୀ ନର କର୍ମହୀନ ହୋଇ 

     ପେଟକୁ ନ ପାଏ ଅନ୍ନ ।।

ସଂକ୍ରମଣେ ଯାଏ କାହାର ଜୀବନ

     ଭୋକିଲା ହୋଇ କେ ମରେ

ପ୍ରତ୍ୟେକ୍ଷ ପରୋକ୍ଷେ ପ୍ରଭାବ ପକାଏ

     କରୋନା ଏବେ ସଂସାରେ ।।

ସଂକଟ କାଳରେ ମଣିଷ ଭାଇରେ

     ନ ହୁଅ ମନେ କାତର 

ଝୁରି ମରିବାକୁ ବୁଡି ମରିବାକୁ

     ନୁହେଁ ତ ଜନମ ତୋର ।।

ଅମୃତ ଦୀପ୍ତି ସନ୍ତାନ ତୁହି ରେ 

     ମନ ଵଳ କରି ଟାଣ

ତୋ ପୂର୍ବ ପୁରୁଷ ସାହାସ ଗାରିମା

     ଚିନ୍ତା କର କିଛି କ୍ଷଣ ।।

ବିପଦ ଅନଳେ ବିଦଗ୍ଧ ହୋଇ

     ଭସ୍ମ ନ ହୁଅ ତୁହି 

ସୁବର୍ଣ୍ଣ ପ୍ରାୟେକ ଶତ ସିଂହ ବଳେ

    ସଂଚରି ଉଠୁ ତୁ ଦେହି ।।

ସୁଖ ଦୁଃଖ ଚକ୍ର ଘୁରେ ନିରନ୍ତର

    ଏକ ପରେ ଆନ ଆସେ

ଘୁଞ୍ଚି ଯିବ ଦୁଃଖ ହଟିବ ଅନ୍ଧାର

     ଆଲୋକର ପରକାଶେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational