ହେ କଲମ
ହେ କଲମ
ହେ କଲମ ତୁମେ ଅତି ପ୍ରିୟ ମୋର
ସାଥୀ ତୁମେ ମୋର ମୋ ସୁଖ ଦୁଃଖର ।
ହର୍ଷରେ ଉଲ୍ଲାସ ନୁହେଁ ମୋ ମୁଖେ ପ୍ରକାଶ
ଲୋତକ ନଝରେ ନେତ୍ରୁ ଆସିଲେ ସଂଘର୍ଷ ।
ଅକୁଣ୍ଠିତେ ସବୁ ଦିଏ ତୁମକୁ ସମର୍ପି
ସନ୍ତୋଷେ ନେଇ ତାକୁ କର କେତେ ଲିପି ।
ଅଲେଖା କାଗଜ ଦେହେ ସୁନ୍ଦରେ ସଜାଇ
କାତର ହୃଦୟେ ଦିବ୍ୟ ଅଞନ ଲଗାଇ ।
ସାହିତ୍ୟ ଆକାଶେ ଜାଳି ଜ୍ଞାନ ର ପ୍ରଦୀପ
ଇତି ଯୁଗେ ଘଟାଇଛ କେତେ ଯେ ବିପ୍ଳବ ।
ଦେଶ ପ୍ରେମୀ ଜାଗି ଉଠେ ତୁମରି ଆହ୍ବାନେ
ମାତୃଭୂମି ମୁକ୍ତ ଆଜି ତାଙ୍କ ବଳିଦାନେ ।
କପି ଶ୍ରେଷ୍ଠ ଶୂନ୍ୟ ଯେହ୍ନେ ରାମ ନାମ ବିନୁ
ମୋ ଜୀବନର ଶୂନ୍ୟ ଲାଗେ ତୁମ ସଂଗ ବିନୁ ।