STORYMIRROR

sulochana Bisoyi

Others

3  

sulochana Bisoyi

Others

ପରୀଟିଏ

ପରୀଟିଏ

1 min
224

ନିତୁ ବୋଲି ଥିଲା ଛୋଟ ଝିଅଟିଏ 

    ବାପା ମାଆଙ୍କର ଅତି ଗେହ୍ଲା ସିଏ


ଚପଳମତି ବଖାଣିବ କିଏ 

    ନୟନ ଖେଳାଏ କୁରଙ୍ଗୀ ପରାଏ


ସ୍ନିଗ୍ଧ ମଧୁର ଛଇରେ ଆକର୍ଷେ 

    ଜନ ମାନସକୁ ଜିଣଇ ଅକ୍ଳେଶେ


ଛୋଟ ଓଠଟିରେ ମିଠାମିଠା ଭାଷେ

    ସତେ କି ସୁରଭି ଅମିୟ ପରସେ


ସଦ୍ୟ ଉଦିତ ଭାନୁ କୋମଳ କିରଣେ

    ଉଲ୍ଲାସେ ଖେଳଇ ସେ ତ ନିଜ ବାତାୟନେ


ଲକ୍ଷ୍ୟେ ନିରେଖି ଫିଙ୍ଗଇ କନ୍ଦୁକ ଟାଣେ

    ଲକ୍ଷ ଭେଦକୁ ହିସାବ କରି ସେ ଗଣେ


ହାତରୁ ଖସି କନ୍ଦୁକ ଗଲା ଗଡ଼ି

    ଫାଟକ ଏଡି ସଡକେ ଗଲା ଯେ ମାଡି


ସଡକେ ଆସଇ କେତେ ଯେ ବସ୍ , ଗାଡି

    ନିତୁ ପଡ଼ି ସଡକେ ମୁହଁକୁ ମାଡି


ଅକସ୍ମାତେ ଉଭା ହୋଇ ଏକ ପରୀ 

    ଟାଣି ନିଏ ନିତୁ ହାତକୁ ଧରି 


କିଛି କ୍ଷଣେ ନିତୁ ଚେତା ପାଏ ଫେରି

    ନିଜ ଆଗେ ଦେଖେ କି ସୁନ୍ଦର ପରୀ


ଚକ୍ଷୁମଳି ଦେଖେ ସେ ତ ବାରମ୍ବାର

    ସତ୍ ନା ଏ ସବୁ ଭ୍ରମ ଅଟେ ମୋର


କୁନି ଓଠେ ମୃଦୁ ହସି ଯୋଡି ବେନି କର

    ଧନ୍ୟ ପରୀ ତୁମେ ମୁଁ ତୁମ ଦୟାର ପାତର


ହସି ହସି ପରୀ ନିତୁକୁ ଆଉଁସି 

    ଯିବା ପାଇଁ ଉଦ୍ୟତ ହେଲା ଯେବେ ଆସି


କରୁଣ ବଦନେ ନିତୁ କହଇ ବିଶ୍ୱାସି

    ସବୁ ବେଳେ ମୋ ସାଥେ ରହନ୍ତି କି ହସି


ମୋ ରାଇଜ ନିୟମକୁ ଉଲଙ୍ଘନ କରି 

    ତୁମ ରାଜ୍ୟେ ରହିବି କି ସଦା ଘର କରି


ଆସିବି ମୁଁ ଆଉ ଦିନେ ଏହିପରି

    ପରୀ ରାଇଜକୁ ନେବି ତୁମ ହାତ ଧରି


ସେ ଦିନୁ ନିତୁ ପରୀ ଦୁହେଁ ହୋଇଲେ ମିତ 

    ପରୀ ରାଇଜରେ ବୁଲି ଗାଇଲେ ଗୀତ


Rate this content
Log in