Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sulochana Bisoyi

Inspirational

4  

sulochana Bisoyi

Inspirational

ବାଳକେ ମୋର ବୋଲ କର

ବାଳକେ ମୋର ବୋଲ କର

1 min
576


ସଂଯମତା ଅଟେ ସାଧୁ ଲକ୍ଷଣ 

ଅଯଥା କଥା ଯେ ଦିଏ କଷଣ 

କଚ୍ଛପ ରକ୍ଷଣେ ଦୁଇଟି ହଂସ 

ଅସଫଳ ଶେଷେ କଚ୍ଛପ ନାଶ

ପରିହାସ ଶୁଣି ମୁଖ ଖୋଲିଲା 

ତଳେ ପଡି ଶେଷେ ବିନଷ୍ଟ ହେଲା ... [୧]

ସତ୍ୟ ପାଳନରେ ହୁଏ କଷଣ 

ହେଲେ ହେଁ ସେ ଅଟେ ସାଧୁ ଭୂଷଣ

ନଳ, ହରିଶ୍ଚନ୍ଦ୍ର, ଯୁଧିଷ୍ଠିର ଆବର

ରାମଚନ୍ଦ୍ର ନାମ ସଂସାରେ ସାର

ସତ୍ୟଧର୍ମେ ରହି ହେଲେ ଅମର 

ଜଗତ ପୂଜଇ ତାଙ୍କ ପୟର ... [୨]

କ୍ରୋଧ ଅଟେ ସିନା ଦୁଃଖର ବାପ

ଅଯଥା କଳତ୍ରେ ଭରଇ ପାପ

ଭୟଙ୍କର ଶତ୍ରୁ ଅଟଇ କ୍ରୋଧ

ମନୁଷ୍ୟକୁ ଶେଷେ କରଇ ବଧ

କ୍ରୋଧ ଆଚରି ଯହିଁ ତପି ନ ତରେ 

ସାଧାରଣେ ଜନେ କିଏ ପଚାରେ 

ଅମ୍ବରିସେ କ୍ରୋଧ କରି ଦୁର୍ବାସା

ଭୋଗିଲେ ଶେଷରେ ଘୋର ଦୁର୍ଦ୍ଦଶା 

ତେଣୁ ବାଳକେ ମୋ ବୋଲ କର 

ସ୍ଥିର ଚିତ୍ତରେ କ୍ରୋଧ ପରିହାର ... [୩] 

ସତ୍ୟ ସଂଯମେ ଅରଜିବ ଧର୍ମ 

ଅନ୍ତେ ସଫଳ ହେବ ତୁମ କର୍ମ ।


Rate this content
Log in

Similar oriya poem from Inspirational