STORYMIRROR

sulochana Bisoyi

Classics

4  

sulochana Bisoyi

Classics

ଶୁଭ ଦୀପାବଳୀ

ଶୁଭ ଦୀପାବଳୀ

1 min
254

ଆ ସଙ୍ଗାତ ଆ ଲୋ ମିତ 

    ଜାଳିବା ମିଶି ଦୀପ

ଫୁଲ ତୋରଣେ ସଜାଇ ଘର

    ଜଳାଇ ବାସ ଧୂପ

ଦୀପାବଳୀର ଶୁଭ ସନ୍ଧ୍ୟା ରେ

    ଭୁଲି ଧର୍ମ ଭେଦ

ମିଳିମିଶି ଯେ ପାଳିବା ପର୍ବ

    ମନୁ ହରିବ ଖେଦ

ଦେଖି କୃଷକ ଶସ୍ୟସମ୍ଭାର 

    ଗୃହିଣୀ ଜାଳେ ଦୀପ

ଦୀପ ଆଲୋକ ହରିବ ଯେତେ

    କୀଟପତଙ୍ଗ କୋପ

ପିତୃପୁରୁଷେ ଶ୍ରାଦ୍ଧ ଯେ ଦେଇ

   ସନ୍ଧ୍ୟାରେ ହୋଇ ଏକ

ପ୍ରତି ଓଡ଼ିଆ ଘରେ ଶୁଭୁଚି

   ବଡ଼ ବଡୁ ଏ ଡାକ

ଆଲୋକ ପର୍ବ ଆସିଲେ ପିଲେ

   ବାଣ ଫୁଟାନ୍ତି କେତେ

ଦେଖି ତାଙ୍କର ହର୍ଷ ବଦନ

    ମନ ପୁରଇ ସତେ

ଦୀପାବଳୀରେ ସଜାଇ ଦ୍ବାର

    ଲକ୍ଷ୍ମୀଙ୍କ ଆବାହନେ

ପିଠା ପଣାରେ ଭୋଗ ଲଗାଇ

   ପୂଜି ଆନନ୍ଦ ମନେ

ପ୍ରସାଦ ଦେଇ ସଭିଙ୍କ ହାତେ

   ଶୁଭ ଆଶିଷ ମାଗେ

ମନ ମାଳିନ୍ୟ ହେବ ଯେ ଦୂର

   ଏହି ପରବ ଯୋଗେ

ପୂର୍ବପୁରୁଷ ଗାଥା ଗୈାରବ

    ପଡୁଛି ଆମ ମନେ

ଆମ ସଂସ୍କୃତି ପରମ୍ପରାରେ

    ପର୍ବ ଯେତେ ଦିନେ

ଜ୍ଞାନ ଆଲୋକ ଜାଳିବା ଆମେ 

    ଆସ ଭଉଣୀ ଭାଇ

ଅଜ୍ଞାନତାକୁ ହଟାଇ ଦେବା 

    ଆମ ବିକାଶ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics