STORYMIRROR

Papu Bhoi

Abstract Classics

3  

Papu Bhoi

Abstract Classics

ଦୁହିତା

ଦୁହିତା

1 min
316


କାନ୍ଦୁଛୁ କାହିଁକି ଆଖିକୁ ମଳି

ଶୁଣିବେନି କେହି ତୋହର ଅଳି,

ମାଆବାପା ଭାଇ ସାଙ୍ଗସାଥି ମେଳ ଛାଡି

ଚାଳିଯିବୁ ତୁ ଘରୁ ବାହୁଡି ।।


ମଥାର ସିନ୍ଦୂର ହାତର ଶଙ୍ଖା

ବଦଳେଇ ଦେବ ତୋ ହାତର ଲେଖା,

ସାଜିବୁ ଝିଅରୁ ବୋହୂ ତୁ ଆଜି

ଆସିବ ଆଜି ତୋ ମନର ସାଥି ।।


ଗଡିଯାଉଛି ବାହାଲଗ୍ନ ଯେ ତୋର

ହାତରେ ହାତ ଗଣ୍ଠି ପଡିବ ଡୋର,

ହୋମ ଅଗ୍ନି ସାତଥର ବୁଲି

ଦଶଦିଗ ପରା ରହିବ ସାଖି ।।


ଝିଅ ଜନମ ତୋ ପର ଘରକୁ 

ସଜାଡି ରଖିବୁ ଶାଶୂ ଘରକୁ,

କରିବୁନି କେବେ କାହାକୁ ପର

ଆଦରି ଚଳିବୁ ଭାଗ୍ୟକୁ ତୋର ।।


ଦୁଇ କୁଳ ପାଇଁ ଜନମ ତୋର

ସେଥିପାଇଁ ନାମ ଦୁହିତା ତୋର,

ଦୁଇ କୁଳର ତୁ ରଖିବୁ ମାନ

ସାର୍ଥକ ହେବ ତୋ ଦୁହିତା ଜନ୍ମ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract