ଦୁହିତା
ଦୁହିତା
କାନ୍ଦୁଛୁ କାହିଁକି ଆଖିକୁ ମଳି
ଶୁଣିବେନି କେହି ତୋହର ଅଳି,
ମାଆବାପା ଭାଇ ସାଙ୍ଗସାଥି ମେଳ ଛାଡି
ଚାଳିଯିବୁ ତୁ ଘରୁ ବାହୁଡି ।।
ମଥାର ସିନ୍ଦୂର ହାତର ଶଙ୍ଖା
ବଦଳେଇ ଦେବ ତୋ ହାତର ଲେଖା,
ସାଜିବୁ ଝିଅରୁ ବୋହୂ ତୁ ଆଜି
ଆସିବ ଆଜି ତୋ ମନର ସାଥି ।।
ଗଡିଯାଉଛି ବାହାଲଗ୍ନ ଯେ ତୋର
ହାତରେ ହାତ ଗଣ୍ଠି ପଡିବ ଡୋର,
ହୋମ ଅଗ୍ନି ସାତଥର ବୁଲି
ଦଶଦିଗ ପରା ରହିବ ସାଖି ।।
ଝିଅ ଜନମ ତୋ ପର ଘରକୁ
ସଜାଡି ରଖିବୁ ଶାଶୂ ଘରକୁ,
କରିବୁନି କେବେ କାହାକୁ ପର
ଆଦରି ଚଳିବୁ ଭାଗ୍ୟକୁ ତୋର ।।
ଦୁଇ କୁଳ ପାଇଁ ଜନମ ତୋର
ସେଥିପାଇଁ ନାମ ଦୁହିତା ତୋର,
ଦୁଇ କୁଳର ତୁ ରଖିବୁ ମାନ
ସାର୍ଥକ ହେବ ତୋ ଦୁହିତା ଜନ୍ମ ।।
