ବାପା
ବାପା
1 min
316
ବାପା ଶବ୍ଦ ଅଟେ ଜୀବନରେ
ଅତି ମୂଲ୍ୟବାନ୍ ରତ୍ନ,
ସୁଖ ଦୁଃଖରେ ଥାଇ ସବୁବେଳେ
ନେଇଥାଅ ଆମ ଯତ୍ନ ।
ବାପାତୁମ ମନ ଅତି କୋମଳ
ହୃଦୟରେ ତୁମ ଝରେ ଅମୃତ ଧାର
ନିଜେ ନ ଖାଇ ଉପାସେ ରହି
ଦେଇଥାଅ ଆମକୁ ଆହାର ।
ଝୁଣ୍ଟି ପଡି କଇଁ କଇଁ କାନ୍ଦିଲେ
କାଖେଇ ନେଇ କରିଥାଅ କେତେ ଗେଳ,
ଅଳି ଅଝଟ ସବୁ ସହି ମୋର
ଜହ୍ନ ଆଣିଦେବି କୁହ ।
ଅର୍ଥ ଅଭାବ ସାଜିଲେ ବାଧକ
ଜାଣିଲି ନି ମୁଁ କେବେ,
ପ୍ରତ୍ୟେକ ଖୁସିକୁ ପୂରଣ କରି
ଦେଇଛ ତୁମେ ତୋ ମତେ ।
ତୁମ ହାତଧରି ଚାଲି ଶିଖିଥିଳି
ରାସ୍ତାରେ ଚାଲୁଥିଲେ ଯେବେ,
ଦୋକାନ ଦେଖି ଦୌଡିଗଲେ
କାନକୁ ଧରି ଭିଡି ନେଉଥିଳ ମତେ ।
ବାପା ତୁମେ କାହିଁକି ଚୁପ୍ ଅଛ ଏବେ
ଭାବୁଛ କି ମୁଁ ବଡ଼ ହେଲି ବୋଲି,
ଆଜି ବି ତୁମ ଛୋଟ ପୁଅ ଟିଏ
ଯେମିତି ଥିଲା କାଳି ।
ଜୀବନରେ ସବୁ ହସ ଖୁସି
ତୁମ ସେବାରେ ରହିଥାଉ,
ପିତା ପୁତ୍ରରଏ ପବିତ୍ର ସମ୍ପର୍କ
ଜନ୍ମେ ଜନ୍ମେ ହେଉଥାଉ ।
