ଚେନାଏ ହସ
ଚେନାଏ ହସ
1 min
413
ସୁନ୍ଦର ଏଇ ଧାନ କ୍ଷେତ
ସବୁଜ ରଙ୍ଗରେ ଶୋଭା,
ଆଖିଲାଗେ ନାହିଁ ଦେଖିଦେଲେ ଥରେ
ସୌନ୍ଦର୍ଯ୍ୟ ତା'ର ମନ ଲୋଭ ।
ଫସଲ ତା'ର ମାରେ ଲହରୀ
ଯେମିତି ତରଙ୍ଗ ପରି,
ବାସ୍ନାରେ ତା'ର ଚହଟାଇ ଦିଏ
ଥାଇ ଚଉପାସେ ଘେରି ।
ଦିବାକର ଆସି କ୍ଷେତରେ ଭାସି
ସୁନେଲି ରଙ୍ଗର ଶୋଭା,
ଚିକ୍ ଚିକ୍ କରି ଚମକୁଥାଏ
କ୍ଷେତରେ ଧାନଗଛ ପାଏ ଶୋଭା ।
ସକାଳୁ ଆସି ଚାଷୀଭାଇ ଭାବେ
କ୍ଷେତର ହିଡରେ ବସି,
ଧାନକ୍ଷେତ ତା'ର ମନମୋହୁଛି
ଚାଷୀଭାଇ ହୃଦୟରେ ବସି ।
ଚାଷୀଭାଇ ଭାବେ ଫସଲ ତା'ର
କାଟିବା ସମୟ ହେଲା,
ଚେନାଏ ହସ ମୁରୁକି ହସି
ଫସଲ କାଟିବା ଆରମ୍ବ କଲା ।
