ପିଲା ଦିନ ମୋର
ପିଲା ଦିନ ମୋର
1 min
395
ଆହା କି ସୁନ୍ଦର ପିଲାଦିନ ମୋର,
ପାରୁ ନି ମୁଁ ତାକୁ ଭୁଳି
ଯେତେମନେ ପକାଇଲେ ମନେପଡେ
ପିଲା ଦିନ ର ମୋର ସ୍ମୃତି ।
ଲୁଚକାଳୀ ଖେଳ ସାଙ୍ଗ ସାଥି ମେଳ,
ମଧୁ ଭାଷା ର ସେ ଗାନ
ଏବେ ସେଇ ଗୀତ ଗାଇଲେ ଥରେ
ମନେ ପଡେ ପିଲା ଦିନ ।
ବାଳିଧୂଳି ଖେଳ କଷାକଷି ବଳ,
କାଦୁଅ ର ସେଇ ଖେଳ
ଖଜୁରୀ କୋଳି ଆମ୍ବ ଚୋରି କଥା
ମନେ ପଡେ ସେଇ ବେଳ ।
ରାଜା ରାଣୀ ଖେଳ ଲାଗଇ ମଜା,
ବର କନିଆଁ ହେଇଥିଲେ ବେଶ
ସତସତିକା ହେଉଛି କି ବାହା
ଲାଗୁଥାଏ ଭାରି ହସ ।
ଟିଉସନ୍ ଡର ଘର କାମ କର,
ଗୋଟି ଗୁଡିଲୁଡୁ ଖେଳ
ସତେ ବଡ଼ ହେଲେ ଆଜି ଝୁରେ ମନ
ଆହା ମୋ ସେଇ ପିଲା ଦିନ ।
