STORYMIRROR

Krishna Mishra

Classics

3  

Krishna Mishra

Classics

ଆମେ ଜୀବିତ

ଆମେ ଜୀବିତ

1 min
414


ସଭ୍ୟ ସମାଜର ସଭ୍ୟ ମନୁଷ୍ୟ,

ଶ୍ରେଷ୍ଠ ପ୍ରାଣୀ,ଭେଜା ପରିପକ୍ୱ,

ଆମେ ଜୀବିତ,

ମୃତ୍ୟୁ ଯାବତ୍ ଜୀବିତ।


ଜୀବିତ ଥାଉ ଆମେ,

ଯେବେ ମଦ୍ୟପ ଗେରସ୍ତ

ଡାଇଲଗ ଝାଡ଼େ, ହିନ୍ଦୀ ଇଂରାଜୀ

ପିଡିତା ମହିଳାଟି ରାତି ସାରା, ଭାଗ୍ୟ ଆଦରି କୋହ ଭରୁଥାଏ....

ଆମ ଦୁଆର ବନ୍ଦ !

ବେମାଲୁମ ଆମେ।


ଯାତ୍ରୀ ଭରା ଟ୍ରେନ ଓ ବସ୍...

ଝାମ୍ପି ଯାଇ, ସିଟ୍ କବଜା କରୁଁ!

ରୋଗୀଣା ବୁଢ଼ୀଟି ଧକଉଥାଏ,

ଆଗ, ପଛ, ତେରଛା ଧକ୍କା।

ହଁ, ଆମେ ଜୀବିତ ଥାଉ....

ଯେବେ, ଛୋଟ ପିଲାଟି, ବସ୍ତା ପିଠେଇ ଅଳିଆଗଦାରେ ଖୋଜେ ଚିଜ କିଛି...

ଅପ୍ରତ୍ୟାଶିତ,ତା'ପାଇଁ ଦୁର୍ମୁଲ୍ୟ।


କନ୍ୟାଟିଏ ଅବା ଜନନୀ!

ଦିବାଲୋକେ ଶୀକାର ହୁଏ,

କାମାନ୍ଧ, ଲୋଲୁପୀ ପଉରୁଷର!


ଉନ୍ନତ ମସ୍ତିଷ୍କ ର ସମୁନ୍ନତ ଚିନ୍ତା, 

ହାତ ଗୁଞ୍ଜା ସଲାମି ,ଅଫିସ ଦପ୍ତର,

ସ୍ବୟଂର କାର୍ଯ୍ୟସିଦ୍ଧି, ଭ୍ରଷ୍ଟାଚାରର ଦ୍ୱାହି ଦେଇ ଦେଶ ତ୍ୟାଗ କରୁ....


ବଞ୍ଚିଥିବାର ସବୁ ଲକ୍ଷଣ ଥାଏ,

ଆମକୁ ଭୋକ ଲାଗେ,

ଆମେ ନିଃଶ୍ବାସ ନେଉ,

ରାଜନୀତି ଗପ ପେଡି ଖୋଲୁଁ,

ଆଫଗାନି ଭିତିରି କଥାରେ ମତ ବାଢୁ,

ଖବର ବେଖବର କଥା,

ମନକୁ ମନ ରାଗି ପାଚି ଲାଲ,

ଆମେ ସରକାରଙ୍କୁ ଗାଳି ଦେଉ....

ସଭ୍ୟ ସମାଜର ଶ୍ରେଷ୍ଠ ପ୍ରାଣୀ ଆମେ!

ରାତ୍ରୀରେ ଗଭୀର ନିଦ୍ରାରେ ଶୋଇ ଯାଉ...

ଆମେ ଜୀବିତ ଥାଉ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics