STORYMIRROR

Krishna Mishra

Abstract Fantasy

3  

Krishna Mishra

Abstract Fantasy

ଆସ.. ଦୀପ ଜାଳିବା

ଆସ.. ଦୀପ ଜାଳିବା

1 min
161


ହାତକୁ ହାତ ମିଳାଇ,

ଆସ! ଏକାଠି ଦୀପ ଜାଳିବା

ଦୂରେଇବା ରଜନୀର ଅମା ଅନ୍ଧକାର,

ଘରକୋଣ, ଅଳିନ୍ଦ ହେଉ,

ଅବା ଶୂନ୍ୟ ଅଗଣା!

ଖୁସିର ଆଲୁଅ ବିଞ୍ଚିବା.....


ଦିବାନିଶି ଜିଇଁଛୁ ତ ନିଜଲୋକ ପାଇଁ,

ଆସ! ଟିକିଏ ଅନ୍ୟ ପାଇଁ ବଞ୍ଚିବା.....

ନିଜପାଇଁ ଖୋଜୁଛୁ ରୋଷଣୀ,

ଦିନଟିଏ ସଳିତା ହୋଇ ଜଳିବା,

ଅଜଣା କେଉଁ ପଥିକର ଆଶାଦୀପ ହେବା 


ଉଚ୍ଚା ନୀଚା ପ୍ରାଚୀର ଭାଙ୍ଗି,

ପାଦ ବଢାଇବା.....

ଶପଥର ଥାଳି ସଜାଇବା...

ସେବା ସମର୍ପିତ ମନ ସାଥେ

ମାଟିର ମଣିଷଟେ ହେବା 

ମମତା, ସମତା, ମାନବତାର ଫୁଲ ଫୁଟାଇବା....

ଆସ! ଏକାଠି ଦୀପ ଜାଳିବା,

ଧରା ତଳୁ ଅନ୍ଧକାର ଦୂର କରିବା ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract