STORYMIRROR

Krishna Mishra

Classics

3  

Krishna Mishra

Classics

ମାନବତା

ମାନବତା

1 min
15


ଆଜି ମୁଁ,

ଗୋଟାଏ ବଡ଼ କାମ କରିଛି

ଭୋକିଲା, ବୃଦ୍ଧା ଭିକାରୁଣୀ ଥାଳିରେ,

ଟଙ୍କା ଟିଏର ସିକ୍କା ଦେଇଛି

ମୁଁ ମାନବତାର ପରିଚୟ ଦେଇଛି

 ରଙ୍ଗ ଆଉ ତୁଳୀ ରେ

କ୍ୟାନଭାସ ଉପରେ,

ଆଙ୍କିବି ସେ ଦରଦୀ କାହାଣୀ

ଓହଳି ପଡିଥିବା ଜର ଜର ଚର୍ମ,

ଶୁଷ୍କ ଆଖି ର ଚାହାଣୀ

   ଚିତ୍ରଟି-

ଉଚ୍ଚ ମୂଲ୍ୟ ଦେଇ, କିଣା ହୋଇଯିବ,

କୋୖଣସି କୋଠରୀରେ ଝିଲ୍ ମିଲ୍ ଆଲୁଅରେ

ଶୋଭା ପାଇବ,

ଆଉ

ମୋର କିଛି ଉପାର୍ଜନ

ହୋଇଯିବ

  ଅଥବା,

କରିବି ତା'କୁ ପ୍ରେରଣାର ଉତ୍ସ

ଲେଖିବି କବିତା ଟିଏ 

ତା'ରି ଉପରେ

ଦୁନିଆ କୁ ଦେଖାଇବି

ମାନବତା, 

କେବଳ ମୋରି ପାଖରେ

ସାଉଁଟିବି ଯଶ, ପ୍ରସିଦ୍ଧି ଭାବରେ

 

ମୋ ଟଙ୍କା ଟିଏରେ,

ଭିକାରୁଣୀ ଜୀବନ ତ

ଯିବନି ବଦଳି

  କିନ୍ତୁ,

ତା' ଦୁଃଖ,ଭୋକ, ଅସହାୟତା,

ମୋ ସୃଜନାତ୍ମକ ଜୀବନରେ ଆଣିଦେବ ଦଉଲତ ଓ ଖ୍ୟାତି ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics