ଆସ ମାଆ
ଆସ ମାଆ
ଜଗତ ଜନନୀ ଅଭୟ ଦାୟିନୀ
ଜୟ ଜୟ ମା ବିରଜା
ସିଂହ ପୃଷ୍ଠେ ଚଢ଼ି ଆସ ଅବତରି
ଉଡୁ ଧରମର ଧ୍ୱଜା ।
ଦିଅ ସଦଜ୍ଞାନ ବୁଦ୍ଧି
ନାଶ ହେଉ ରୋଗ ଦୁଖ ମହାମାରୀ
ଅନୀତି ଘୋର ଦୁର୍ଗତି ।
ବିଜୟ ଦଶମୀ ଶୁଭ ପାରବଣେ
ତୋ ପାଦେ କୋଟି ପ୍ରଣତି
ଜଣାଉଛୁ ମାଆ ଭବାନୀ ଶିବାନୀ
ଗିରିଜା ଆଦି ଶକତି ।
ସ୍ୱାଗତ ଅଭିନନ୍ଦନ
ବିକଶୁ ସାହିତ୍ୟ ପ୍ରଫୁଲ୍ଲ କମଳ
ଉଲ୍ଲସୁ ପ୍ରତି ପରାଣ ।