Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Classics

4  

Krishna Mishra

Classics

ଦୀପାବଳି, ଏକ ଭିନ୍ନ ଦିଗ

ଦୀପାବଳି, ଏକ ଭିନ୍ନ ଦିଗ

1 min
237



ଦେଖିଲି ସେଦିନ ହାଟରେ ,

ଖୁଚୁରା ପଇସା କେତୋଟି ଗଣୁ ଗଣୁ ପିଲାଟି,

ଦୋକାନରୁ ଫେରି ଯିବାର.... 

କେବେ ଆତସବାଜି ତ କେବେ ସେ ମିଠା ଦୋକାନ....

ଦେଖିଲି, ଗରିବର ଆଖିରେ,

ଦୀପାବଳି ର ଖୁସି ମରିବାର.....


'ସମଗ୍ର ମେଦିନୀ ମୋର',

ତଥାପି ଦୁଃଖର ପ୍ରହସନ କରନ୍ତି ସଭିଏଁ,

ଦେଖିଲି ତା'କୁ,

ଚୁପଚାପ୍ ଦୁଃଖ ପିଇ ହସୁଥିବାର ....


" କଣ ଦରକାର?" ଯେବେ ମୁଁ ପଚାରିଲି,

ମୁଣ୍ଡ ହଲେଇ, "ନା" କରୁଥିଲା,

ବୟସ, ପ୍ରତିଷ୍ଠା ରେ ତ ଅନେକ ଛୋଟ,

କିନ୍ତୁ, ମନରେ ତା ନିଜତ୍ବର ଅମାପ ସମ୍ପତ୍ତି ଖୁନ୍ଦା ଥିଲା!

ରାତ୍ରି ର ଅନ୍ଧକାରେ, ସହରର ଦୀପମଶାଲରେ,

ତା'ର ହସହସ, ନିରୀହ ଚେହେରାକୁ ଦେଖୁଥିଲି ....


ଆମେ ତ ବଞ୍ଚିଛୁ, ଆଡମ୍ବର ର ଜୀବନ!

ହେଲେ ସେ ଜୀବନ୍ତ ପିତୁଳାଟିଏ... 

ପର୍ବପର୍ବାଣୀ କୁଆଡେ, ଜୀବନରେ ଖୁସି ଭରିଦିଏ!

ତେବେ କାହିଁକି ସେ ପିଲାଟିର ଅନ୍ତର ଶ୍ୱାସରୁଦ୍ଧ? ମନ ବିକଳ ହୁଏ????

   


Rate this content
Log in

Similar oriya poem from Classics