STORYMIRROR

Krishna Mishra

Romance

3  

Krishna Mishra

Romance

ପ୍ରୀତିର ସୋପାନ

ପ୍ରୀତିର ସୋପାନ

1 min
194


ଦେଖ!

ଜହ୍ନ ଲୁଚିଛି ନୀଳ ଝରଣାରେ!

ହାତ ବଢ଼େଇ ପାଣିରୁ ଛାଣି  

ଘେନି ଆସ ତୁମେ 

ନାଇବି ହାତରେ ଅବା କାନଗହଣାରେ!


ବାଦଲକୁ ଦୂରେଇ ତୋଳିଆଣ କିଛି ଚିକମିକ ତାରକା  

ଗୁନ୍ଥି ଦିଅ ମୋ ପାଉଞ୍ଜିରେ 

ପିନ୍ଧିବି ଘୁଙ୍ଗୁର ଚପଳଛନ୍ଦାର...

ଅବା ମୋତି କରି ଖଞ୍ଜି ଦିଅ  

ଝଲସି ଯାଉ ମୋ ଅଙ୍ଗୁରୀୟ ପଂକ୍ତି 

ତା କାନ୍ତିମୟ କ୍ଷରିତ ରଶ୍ମିରେ...


ଉପବନେ ପୁଷ୍ପ ବଲ୍ଲରୀ ଲହରି...

କଣ୍ଟା ବାରି ଆଣି ଦିଅ ଗାଢ଼ନାଲି ଗୋଲାପ ସ୍ତବକ...

ଗୁନ୍ଥି ଦେବକି ଗଜରା ରଜନୀଗନ୍ଧାର?

ମୋ କୁନ୍ତଳ କବରୀରେ ତୁମର ପ୍ରତୀତି 

ମହକିବ ଚଉଦିଗ ସୁଗନ୍ଧ ସମୀରେ...!!


  ଏମିତି ଖେଳୁ ଖେଳୁ ଦିନେ 

  ଜହ୍ନ ଆଉ ତାରା ସହ 

  ଫୁଲର ମହକ ସହ 

  ତୁମେ ଆଉ ମୁଁ 

   ହଜିଯିବା 

   ଅହେଜା ତୃପ୍ତିରେ...    

ଦୁହେଁ ଦୁହିଁଙ୍କ ଭିତରେ 

ଏକାକାର ହୋଇ 

ଯେମିତି ନଦୀ ମିଶେ ସାଗରରେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance