STORYMIRROR

Sambit Srikumar

Romance Inspirational

3  

Sambit Srikumar

Romance Inspirational

ନିଶାର୍ଦ୍ଧର ନିଷିଦ୍ଧ କବିତା

ନିଶାର୍ଦ୍ଧର ନିଷିଦ୍ଧ କବିତା

1 min
486


ଦୁନିଆଟା ଯେବେ ଶୋଇଯାଏ

ନିଘୋଡ ବହଳ ନିଦରେ

ପଡେ ନାହିଁ ପଲକ କାହିଁକି

ସତେ ମୋହର ଆଖିରେ?? 


ଜାଗି ରହିଥାଏ ଦେଖିବାକୁ

ତୁମ ଚିତ୍ରଲିପି ଚର୍ମ ଚକ୍ଷୁରେ 

ମନ ମୋର ଘୁରୁଥାଏ ଇତସ୍ତତଃ 

ଏଠାରେ - ସେଠାରେ - ସବୁଠାରେ!! 


କେବେ ଧ୍ୱସ୍ତ ବିଧ୍ୱସ୍ତ ସଭ୍ଯତାର 

ରୁଗ୍ଣ ଜରାଜୀର୍ଣ୍ଣ ସ୍ମୃତିରାଜିରେ 

ତ କେବେ ପୁଣି ଯାନ୍ତ୍ରିକ ଦୁନିଆରେ 

ପୁଣି କେବେ ସାମାଜିକ ଗଣମାଧ୍ୟମରେ!! 


ଚିତ୍ରକର ସମ ମୁହିଁ ଆଙ୍କି ଚାଲେ 

ତୁମର କମନୀୟ ପ୍ରତିବିମ୍ବ 

ମୋହର ଦରଦୀ ମନର 

ବିସ୍ତୃତ ସଫେଦ୍ କାନଭାସରେ!! 


ସାଜି ତନ୍ତ୍ର ସାଧକ କାଉଁରୀ ମନ୍ତ୍ରରେ 

ଦେଇ ତା'ରେ ଜୀବନ୍ୟାସ ବାରେ 

ରଚିବାକୁ ଚାହେଁ ଅଭିସାର 

ମୋର ସଂଗୋପିତ ଭାବନା ରାଜ୍ୟରେ!! 


ଖିଆଲି ମନ ମୋର ଲଂଘିଯାଏ 

ସବୁ ସୀମା ସରହଦ ମର୍ଯ୍ୟାଦାର 

ବୈପୁଥ ପ୍ରବଣ ଅଷ୍ଟାଙ୍ଗ ଶରୀର 

କମ୍ପିତ ହୁଏ ଉନ୍ମାଦରେ ଅବା ଆହ୍ଲାଦରେ!! 


ତୁମ ସହ ଗୋପନ ପୀରତିରେ 

ନାଚି ଉଠେ ମନ ପ୍ରାଣ ଐକ୍ୟତାନେ 

ମଦମତ୍ତ ହୋଇ ବିଜନ ନିଶାର୍ଦ୍ଧରେ 

ନିଷିଦ୍ଧ କ୍ରିୟା - ପ୍ରକ୍ରିୟା - ପ୍ରତିକ୍ରିୟାରେ!!


ମନର ବ୍ୟାପାର ଏଠି ପରା ଗୌଣ 

ପାପ ପୂଣ୍ୟ ପରମାର୍ଥର ବିଚାର 

ତୁମ ନିବିଡ଼ ବାହୁ ବେଷ୍ଟନୀରେ ମୁହିଁ 

ନିତ୍ୟ ଲଭୁଥାଏ ସକଳ ସୁଖ ସୃଷ୍ଟିର!! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance