STORYMIRROR

ରୀକ୍ଷିରାମ ମେହେର

Romance Inspirational

3  

ରୀକ୍ଷିରାମ ମେହେର

Romance Inspirational

ତୁମକୁ ଭଲ ପାଏ

ତୁମକୁ ଭଲ ପାଏ

1 min
343

ଭଲ ପାଏ ବୋଲି କହିପାରେ ନାହିଁ

   କବିତାରେ ଲେଖି ଦେଲି 

ହୃଦୟରେ ମୋର ତୁମ ଛବି ଅଛି 

   ତୁମକୁ ଯେବେ ଦେଖିଲି।1।


ପ୍ରଥମ ଦେଖାରେ ହୋଇଗଲା ପ୍ରେମ

   ତୁମକୁ ଦେଖିଲି ଯେବେ

ଖୋଜୁଅଛି ମନ ପାଗଳ ଭଅଁର

   ତୁମ କଥା ନିତି ଭାବେ।2।


କାହିଁକି କେଜାଣି ମନ ବୁଝେ ନାହିଁ

  ଏକା ଏକା ଲାଗେ ମୋତେ

ଯେତେ ଭୁଲିବାକୁ ଚେଷ୍ଟାକଲେ ମଧ୍ୟ

  ମନେ ପଡିଯାଆ ସେତେ।3। 


ହୃଦୟ କହିଲା ପ୍ରେମ ହୋଇଗଲା

   ମନ ମୋ ଯାଇଛି ହଜି 

ଖୋଜି ଖୋଜି ଆଜି ମନକୁ ପାଇଲି

   ତୁମଠାରେ ଅଛି ମଜ୍ଜି।4।


ପ୍ରଥମ ଦେଖାରେ ପଥମ ଛୁଆଁରେ

  ହୋଇଗଲା ମୋତେ ପ୍ରେମ

ଉତ୍ତର ଆଶାରେ ଲେଖୁ ଲେଖୁ ଆଜି

   ଚିଠିରେ ଲେଖିଲି ଧନ।6।


ତୁମ ପାଶେ ଯାଇ କହି ପାରୁ ନାହିଁ

  କାଳେ ଭାଙ୍ଗି ଦେବ ମନ 

ଚିଠିରେ ଲେଖୁଛି ଗ୍ରହଣ କରିବ

   ଏହି ମୋର ନିବେଦନ।6।


ମନ ମୋର ଖୋଲି କହୁଛି ଆଜି ମୁଁ

   ମୁଁ ତୁମକୁ ଭଲ ପାଏ

ଗ୍ରହଣ କରିବ ମୋ ପ୍ରେମ କବିତା

   ପଠେଇବ ଚିଠିଟିଏ।7।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance