STORYMIRROR

Lopa

Romance

3  

Lopa

Romance

ସମ୍ପର୍କ -ଦୁଇଟି ଦୃଷ୍ଟିଭଙ୍ଗୀ

ସମ୍ପର୍କ -ଦୁଇଟି ଦୃଷ୍ଟିଭଙ୍ଗୀ

1 min
231

ପ୍ରେମ 


ଆଜି ଅଫିସ୍ ରୁ ଫେରିବା ବାଟରେ  ବଜାରରୁ ସୁନେଲି ରଙ୍ଗର 

ସ୍ବପ୍ନ ମୁଠାଏ ଆଣିବ ତ' 

ମନେକରି ତୁମ ବାଁ ଛାତି 

ପକେଟ୍ ରେ

ତାକୁ ସାର ଦେଇ 

ରକ୍ତ ଗୋଲାପ ଚାରାଟିଏ 

ଲଗେଇବା ବାଲକୋନୀରେ। 

ଫୁଲ ଫୁଟିଲେ ଦୁହେଁ 

ବାଣ୍ଟି ନେବା କାମ।

ମୁଁ ଜଗି ବସିବି, 

ମମତା ଢାଳିବି, 

ଆଉ ତୁମେ ଦେବ ନାମ।

ନା କଣ କହୁଚ ?


ଅପ୍ରେମ

 

ମୋ ଭାଗ୍ୟ ଡୋର ତୁମ ହାତରେ 

ଦେଇଛି ଯେତେବେଳେ

ଆସ

ଆକଳନ କରିନେବା 

ସ୍ୱପ୍ନ ମାନଙ୍କର,

ମିଶାଣ ଫେଡ଼ାଣ କରିନେବା 

ସ୍ୱାର୍ଥ ମାନଙ୍କର,

ହିସାବ ନିକାଶ କରିନେବା  

ପ୍ରାପ୍ୟ ଓ ଅଧିକାରର, 

ତଉଲି ନେବା ଭାବ-ପ୍ରୀତି ସବୁ

ଧର୍ମକଣ୍ଟାରେ। 

ଚାଲ ଏବେ

ସର୍ତ୍ତଟିଏ ବି ରଖିବା

ବଦଳିବାନି କେହି କାହାପାଇଁ 

ଦୁହେଁ ରହିବା ଅପରିବର୍ତ୍ତନୀୟ

କିଛି ବି ପରିସ୍ଥିତିରେ  

ନ ସୁହାଇଲେ 

ତୁମେ ତୁମ ବାଟରେ 

ମୁଁ ମୋ ବାଟରେ।  

ପୁଣି କେବେ କେଉଁଠି 

ଅଜାଣତେ ଦେଖାହେଲେ 

ମନେ ପକାଇବା କିଛିଦିନ 

ଚାଲିଥିଲେ ଆମେ ସାଥିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance