STORYMIRROR

Panchanan Jena

Romance

4  

Panchanan Jena

Romance

କେଇ ମିନିଟର ଖେଳ

କେଇ ମିନିଟର ଖେଳ

1 min
10


ଏ ଶୁଣୁଛ କି ?

ତୁମେ ଶୁଣ ବା ନ ଶୁଣ

ତୁମ ନାନା ବାୟା ସ୍ମୃତି

ତୁମ ନାଗରୀ ସାଗରୀ ପ୍ରୀତି

ବସେଇ ରଖେଇ ଦେଉନି

ଶୋଏଇ ଉଠେଇ ଦେଉନି

ଥରି ଯାଉଛି ମୋ ଆପାଦ ମସ୍ତକ କଣ


ମନେ ପଡିଗଲେ ସେହି

ଫୁଲୁଫୁଲିଆ ମାଇ ସଞ୍ଜ ବେଳ

ରଙ୍ଗୀ ଖୁଡି ଘର ନୂଆଁଣିଆ ଚାଳ

ଅଳପ ଅନ୍ଧାର ଅଳପ ଉଜ୍ଜଳ ମେଳ

ନରମ ଦେହରୁ ଚମ୍ପାଫୁଲିଆ ଝାଳ

ଆଉ ତୁମେ ଯେତେବେଳେ 

ଯାବୋଡି ଧରିଲ ମୋତେ ଆବିଳେ

କି କହିବି ଆଉ ସାଙ୍ଗ

ଆଖି ମୁଦିଗଲା ଆପେ ଆପେ

ଶିହରିତ ତନୁ ମନ ସର୍ବାଙ୍ଗ

ପାଟି ଚୁମୁ ଥିଲା କପାଳ

ହାତ ଆଉଁସୁଥିଲା ପିଠି ତଳ

ସୁଖ ମଣେ ସେହି କେଇ ମିନିଟର ଖେଳ


ମନେ ପଡିଗଲେ ସେହି

ଫୁଲ ତୋଳା ସକାଳ

ଚାଙ୍ଗୁଡ଼ି ଟେ ଧରି

ସଜଫୁଲ ପରି

ନିଦୁଆ ଆଖି ବିସ୍ତାରି

ଗୋଟି ଗୋଟି ତୋଳି ଚାଲ

ହାତ ନ ପାଇଲେ ଡାଳକୁ

ଡେଉଁ ବାକୁ ପଡ଼େ ହାକୁ ହାକୁ

ତୁମକୁ ପଛରୁ କୁଣ୍ଢେଇ 

ଛାତି ଉପରେ ହାତକୁ କସେଇ

ଯେବେ ଟେକିଦିଏ କନିଅର ଡାକ ଆଡ଼େ

ମୋ ଛାତି ତଳେ ନୀରବ ଝରଣା ଝରେ

କୁତୁକୁତୁ ସୁଲୁସୁଲୁ ନାକରେ ପିଠିରେ ଫେରେ

ପାଟି ଚୁମୁ ଥିଲା ଲବଙ୍ଗବାସିଆ ବାଳ

ହାତ ଆଉଁସୁଥିଲା ମାଂସଳ ଖାଳ ସମତଳ 

ଖୁସି ମଣେ ସେହି କେଇ ମିନିଟର ଖେଳ


ମନେ ପଡ଼ିଗଲେ ସେହି

ପୋଖରି ପହଁରା ବେଳ

କଇଁଫୁଲ ତୋଳା ମେଳ

କଉଁନାଡ଼ରେ ପାଣି ପିଚକାରୀ 

ବୁଡ଼ା ପହଁରା ବେଳେ ପାଣି ପାକୁପାକୁ କରି

ସାଲୁକ ହିଙ୍ଗୁଳ ପଙ୍କରୁ ବିଦାରି

ତୁମକୁ ଗୋଟେ ଅଧେ ଦେଉ ଦେଉ

ଜାଣି ଜାଣି ଖସି ପକେଇବା

ଅଣ୍ଡାଳୁ ଅଣ୍ଡାଳୁ ଗହୀର ଜଳରେ

ତୁମେ ଧରି ପକାଅ ମୋତେ

ବିନା ଗାମୁଛାରେ ଲିପଟି ଯାଅ ଲତା ପରି

ପାଣି ଭିତରେ କଥା କହି ହୁଏନା

ପାଣି ରେ ଖାଲି ଭୁଡୁର ଭୁଡୁର ଫୋଟକା 

ପାଟି ଚୁମୁ ଥିଲା ଭିଜା କର୍ଣ୍ଣମୂଳ

ହାତ ଆଉଁସୁଥିଲା ଆମୂଳଚୂଳ

ଖୁସି ମଣେ ସେହି କେଇ ମିନିଟର ଖେଳ ।


ମନେ ପଡ଼ିଗଲେ ସେହି 

ଅଭୂଲା ସୁଖର କ୍ଷଣ

ବୟସର ଅପରାହ୍ନରେ ବି

ଛାତି ତଳେ ବିସ୍ଫୋରଣ

ଯୌବନର ଆଦ୍ୟ ପାବଚ୍ଛରେ 

ଧରି ଥିବା ଖୁସିର ସର ଲବଣୀ

ନିଷ୍ପାପ ସେ ସ୍ନେହ ନିର୍ମାଲ୍ୟ ସେ ପ୍ରେମ

ଝୁରୁଛି ଝୁରିବି ବଳକା ଶେଷ ସରଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance