STORYMIRROR

Panchanan Jena

Fantasy

4  

Panchanan Jena

Fantasy

କୁହୁକ କନ୍ଦୁକ

କୁହୁକ କନ୍ଦୁକ

1 min
0

କବିତା - କୁହୁକ କନ୍ଦୁକ
ରଚନା - ପଞ୍ଚାନନ ଜେନା
ତାରିଖ -୨୨-୦୪-୨୦୨୬
 +++++++++++++++++++
ନୁହେଁ ମୁଁ ବିଦ୍ଗଧ ବାଟୋଇ କି ଆକସ୍ମିକ ଆରୋହୀ
 ତୁମ ମାୟା ମରିଚିକାର ଖସଡ଼ା ପ୍ରେମ ପଥରେ
 ମାଟିର ମଣିଷ ମୁଁ ସାଧାସିଧା ଦୀନହୀନ ଅଜ୍ଞାନ ପୁରୁଷ
 କାଗଜ ଡଙ୍ଗା ପରି ଭାସେ ହସେ ଘସେ ସ୍ମୃତି ଗଙ୍ଗାରେ

 ଗୋଲାପର ବାସ୍ନା ଠାରୁ ଗମ୍ ଗମ୍ ଝାଳ କପାଳ
ଜହ୍ନରାତିର କୋମଳ ଜୋତ୍ସ୍ନା ଠାରୁ ଜାଳ ଜଞ୍ଜାଳ
 ଅଳ୍ପରେ ସନ୍ତୁଷ୍ଟ ମୁଁ ସ୍ବପ୍ନ ପ୍ରବଣ ଅବାସ୍ତବ ଇଲାକାର
 କେବଳ ଭାବନାରେ ଦେଖେ ତୁମ ମୁଖ ମୟୁଖ ଉତ୍ପଳ

 ଛୋଟକାଟିଆ ମିଞ୍ଜିମିଞ୍ଜି ଦୂର ଗଗନର ତାରା
 କ୍ଷୁଦ୍ରାତିକ୍ଷୁଦ୍ର ଆଲୋକ ଦେଇ ଜଳୁଥାଏ ଅହରହ ପରା
ତୋଷିବି କାହାକୁ ପରଷିବି କାହାକୁ ଭାବୁ ଭାବୁ
 ଅଧାରୁ ଅଧେ ରୋଷନ୍ତି ଲମ୍ବିଯାଏ ଦୂରତା ଟେରା

 ନୁହେଁ ମୁଁ ପାଗଳ ପ୍ରେମିକ ନୁହେଁ ମୁଁ କ୍ଳାନ୍ତ ପଥିକ
 ଅନୁଭବୀ ମଞ୍ଚ ନାୟକ କେବେ ପୁଣି ଦଣ୍ଡସାୟକ
ଲୁହର ନଈରେ କେବେ କେବେ ମୁଁ ବୁଡ଼ି ପହଁରେ
କେବେ ମୁଁ ନାଉରୀ ସାଜେ ରୂପ ନିଏ ମଙ୍ଗ ବାହକ

 ନୁହେଁ ମୁଁ ପାଲା ଗାୟକ ନୁହେଁ ମୁଁ ତାପଙ୍ଗ ପାଇକ
 ଭାବନା ବିନ୍ୟାସରେ ଗଢିପାରେ ପ୍ରେମ ସମ୍ପର୍କ
ସମୟ ସୁଅରେ ଭାସୁ ଭାସୁ ଜାଣ ଅଜାଣତରେ
 ଛାତିତଳେ ଲଙ୍ଗର ପଡିଯାଏ ଇପସିତ କୁହୁକ

 ନୁହେଁ ମୁଁ ବିଶ୍ୱାସୀ ନାବିକ କି ଦେଶପ୍ରେମୀ ସୈନିକ
ବିଶ୍ୱାସର ମଞ୍ଜି ବୁଣି ପାରେ ଆଖି ଇଶାରାରେ କ୍ଷଣିକ
 ଜୀବନର ଚଲା ପଥରେ ଭେଟନ୍ତି ଅନେକ ଅସଂଖ୍ୟ
 ମନେ ରହିଥାନ୍ତି କେବଳ କେଇ ଜଣ ଭାବନା ସିନ୍ଦୁକ

 ନୁହେଁ ମୁଁ ଫଟା ରସିକ କି ନିସ୍ତୁକ ପ୍ରହାରୀ କନ୍ଦୁକ
 ସୁବିଧା ଅସୁବିଧାରେ ଲମ୍ବିପାରେ ବେନିହସ୍ତ ସମ୍ୟକ
ଲୋକ ସମ୍ପର୍କ ବାନ୍ଧୁ ବାନ୍ଧୁ ବିତରି ପାରେ ଗୁଣ ମହକ
 କିଛି ମହୁମାଛି ଉଡି ଆସିବେ ଚୁମିଯିବେ ଆପାଦ ମସ୍ତକ


Rate this content
Log in

Similar oriya poem from Fantasy