STORYMIRROR

Sabitri Mahapatra

Fantasy

4  

Sabitri Mahapatra

Fantasy

ରୁମାଲ

ରୁମାଲ

1 min
235


"ଜୀବନଚର୍ଯ୍ୟା ରେ ଅତି ଆବଶ୍ୟକ

ସାହିତ୍ୟ, ସଂସ୍କୃତି, କଳାରେ ଜଡିତ

ଦେଶରୁ ବିଦେଶ ଶ୍ରଦ୍ଧା ର ପ୍ରତୀକ

ରୁମାଲ କାହାଣୀ ଅତ୍ୟନ୍ତ ରୋଚକ "


"ଖରା ର ତୀବ୍ରତା, ଶରୀରର ଝାଳ

ଆଖିଲୁହ ଅବା, ଥଣ୍ଡାର ପ୍ରଖର

ଜାଗା ସଂରକ୍ଷଣ, ରୁଚି ଓ ସଂସ୍କାର

ସବୁ କାର୍ଯ୍ୟ ପାଇଁ ରୁମାଲ ହାଜର l


ପ୍ରେମ ସଙ୍ଗେ ତୁମେ ଅଙ୍ଗାଙ୍ଗୀ ଜଡିତ

ରଙ୍ଗ ର ଭେଦ ରେ କାର୍ଯ୍ୟ ବି ଆଦୃତ

ଭାବ ଦିଆନିଆ, ହେଉବା ସଂକେତ

ଉପସ୍ଥିତି ତୁମ ଝଲସାଏ ନୃତ୍ୟ l


ଧଳା ରଙ୍ଗ କହେ ପସନ୍ଦ ତୁ ମୋର

ଭଲ ପାଏ ବୋଲି ନାଲି ର ଉତ୍ତର

ପ୍ରେମର ସ୍ୱୀକୃତି, ଆନନ୍ଦ ର ଘର

ସ୍ମାରକୀ ତୁମେ ଯେ ପ୍ରତିଯୋଗିତା ର l


ତୁମେ ଓଦା ହୋଇ ଥାଅ ପକେଟରେ

ଆଖି ଲୁହ ଅବା ଝାଳର ରସରେ

ସୁଦୀର୍ଘ ବନ୍ଧନ ପ୍ରେମ ବିଶ୍ୱାସ ରେ

ବିରହ, ବେଦନା ସ୍ମୁତି ଖୋଜିବାରେ l


କିଏ ବା ଭୁଲିବ ରୁମାଲ ଚୋରୀକୁ

କୋଭିଡ "ସମୟେ ମାକ୍ସ ବିକଳ୍ପ କୁ

ପାନ ବାନ୍ଧି ଆଈ ନିଏ ବଜାରକୁ

ଆଖି ବୁଜା ଖେଳେ, ତୋ ଦରକାର କୁ l


ହେଲେ ବି ବିଶ୍ୱାସ ରହିଛି ଅତୁଟ

ରୁମାଲ ପ୍ରଦାନେ ସମ୍ପର୍କ ବିଚୁତ୍ୟ

ସତ୍ୟ ହେଉଅବା, ପ୍ରଚଳିତ ତଥ୍ୟ

ଦେବାପାଇଁ ମନେ ଭୟ ଯେ ଉଦ୍ରେକ l


ରୁମାଲ, ଜୀବନେ, ଅତି ଆପଣାର 

ଏକୁ ଭୁଲି ରହି ହୁଏନା ସତ୍ୱର 

ସାଥିଟିଏ ହୋଇ ଥାଏ ନିରନ୍ତର

ନିରବ ରେ ଥାଏ ଭ୍ୟାନିଟ ଭିତର l

   


Rate this content
Log in

Similar oriya poem from Fantasy