STORYMIRROR

Sabitri Mahapatra

Children Stories

4  

Sabitri Mahapatra

Children Stories

ସ୍ନେହ ର ବନ୍ଧନ

ସ୍ନେହ ର ବନ୍ଧନ

1 min
403


ସବୁଜ ଜଙ୍ଗଲ ମଧ୍ୟେ, 

ବୃକ୍ଷ ଟିଏ ଥିଲା

ଶୁଆ ଟିଏ ଆସି ସେଠି 

ବସା ସଜାଡ଼ିଲା

କିଛି ଦିନ ଅନ୍ତେ ଦୁଇ 

ସନ୍ତାନ ଜନ୍ମିଲେ

ବୃକ୍ଷ ର ସବୁଜ ଡାଳେ 

ଖେଳିଲେ ବୁଲିଲେ

ଏକ ଦିନ କିରାତ ଆସିଲା 

ବୃକ୍ଷ ପାଶ

ଏକ ଶୁଆ ଧରିନେଲା 

ପକାଇଣ ଫାଶ

ବିକିଲା ବଜାରେ ନେଇ 

କିଣିନେଲେ ଶ୍ୟାମ 

କହିଲେ ଝିଅ କୁ ତୁହି 

ନେବୁ ଏହା ଧ୍ୟାନ

ପକ୍ଷୀ ଟିକୁ ପଞ୍ଜୁରୀ ରେ 

ଅଞ୍ଜଳି ରଖିଲା 

ହେଲେ ବିହଙ୍ଗ ଟି ଖାଲି 

ମୁକ୍ତି ଚାହୁଁଥିଲା

ସୁଯୋଗ ଦେଖି କହିଲା 

ଅଞ୍ଜଳି ସମୀପେ 

ଶୁଆ ଟିକୁ ମୁକ୍ତି ଦେଲା 

ଅଞ୍ଜଳି ତ୍ୱରିତେ

ଝିଅ କାମ ଦେଖି ବାପା 

ହୋଇଲେ ବିରକ୍ତ 

ଜାଣିଲେ ଉଦ୍ଦେଶ୍ୟ ତାର 

ଥିଲା ଯେ ମହତ

ପରଦିନ ଶୁଆ ଆସି ବସି 

ଝରକା ରେ 

କହିଲା ବନ୍ଧୁ ମୋ କଥା 

ହେଜ ହୃଦୟରେ

ବାନ୍ଧି ରଖ ନାହିଁ ମୋତେ 

ପଞ୍ଜୁରୀ ଭିତରେ 

ବନ୍ଧା ମୁହିଁ ଅଞ୍ଜଳିର 

ସ୍ନେହ ପ୍ରେମ ଡୋରେ

"ସ୍ନେହ ର ବନ୍ଧନ "ଅଟେ 

ଈଶ୍ୱର ଙ୍କ ଦାନ 

ଚିର ଦିନ ପ୍ରଜ୍ୱଳିତ 

ସେ ଜ୍ୟୋତି ଅମ୍ଲାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍