STORYMIRROR

Sabitri Mahapatra

Classics Inspirational

4  

Sabitri Mahapatra

Classics Inspirational

ମହିଳା ଦିବସ

ମହିଳା ଦିବସ

1 min
13

ଦେଖିଛ କି ତୁମେ   

ମାତୃତ୍ୱ ର ଚରମ ଅସହାୟତା କୁ, 

ଜନନୀ ର ଅଶ୍ରୁସିକ୍ତ ମୁଖ ମଣ୍ଡଳ କୁ. 

ରୋଗାକ୍ରାନ୍ତ ସନ୍ତାନର ଶୀତଳ ମୃତ୍ୟୁକୁ. 

ଦାରିଦ୍ର୍ୟ ର ପଣତରେ ବାନ୍ଧି 

ହଜାଇ ଦେଵା ତା ସୁଖ,

ବତ୍ସଲ୍ୟ ସ୍ନେହକୁ. 

ଶୁଣିଛ କି ପତ୍ନୀ ରୁପି ନାରୀଟିର,

ଆକୁଳ କ୍ରନ୍ଦନ. 

ସ୍ୱାମୀ ରୁପି ମାତାନ୍ଧ ପୁରୁଷ ର,

ଅତ୍ୟାଚା6ର ଜର୍ଜରୀତ   

ଦୁଃଖଦ ଜୀବନ. 

ଜାଣିଛ କି ଭଗ୍ନୀ ଆଉ କନ୍ୟାଙ୍କର

ସ୍ଥିତି, ପରିଣତି. ସବୁକାଳେ ନିଷ୍ପେସିତ l  


ଏହି ନାରୀ ଜାତି. 

ବିଶ୍ୱ ଆଜି ପାଳୁଅଛି ମହିଳା ଦିବସ 

ଗାର୍ଗୀ, ଲୋପାମୁଦ୍ରା, ଲକ୍ଷ୍ମୀବାଇ ଙ୍କ ସନ୍ଦେଶ. 

ଇତିହାସ ସାକ୍ଷୀ ଏଠି..... ବଳିଦାନ ଦେଇ, 

ଚାଲି ଯାଏ, ନାରୀ ତାର  ହୀନ ଭାଗ୍ୟ ନେଇ. 

ସ୍ରଷ୍ଟା ଙ୍କର ସୃଷ୍ଟି ରେ  ଯେ ନାରୀ ଟି ଅନନ୍ୟା 

ଦିଅ ନାହିଁ ଅକାରଣେ ଦୁଃଖ ଓ ଯାତନା. 

ସ୍ନେହ, ଶ୍ରଦ୍ଧା, ମମତାର ପିୟୁଷ ପସରା ବହୁଥାଏ

ତା ହୃଦୟେ ପ୍ରେମ ଫଲଗୁ ଧାରା. 

ଚାଲିବାକୁ ଦିଅ ତାରେ ଆଲୋକିତ ପଥେ. 

ଏହି ବାର୍ତ୍ତା ଶକ୍ତ ହେଉ ମହିଳା ଦିବସେ.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics