STORYMIRROR

Sabitri Mahapatra

Abstract

3  

Sabitri Mahapatra

Abstract

ସନ୍ଧ୍ୟା ଗୋ ତୁମ

ସନ୍ଧ୍ୟା ଗୋ ତୁମ

1 min
257


ଆଗମେ ତୁମର 

    ଗୋଧୂଳି ଲଗ୍ନ 

ସିକ୍ତ ଲୋହିତ ରଙ୍ଗେ। 

ସତେ ଅବା କହେ 

  ଜୀବନ ଦର୍ଶନ 

ଜନ୍ମ, ମୃତ୍ୟୁ ର ସଙ୍ଗେ।  

 ତୁମେ କାର ପାଇଁ 

   ଅୟୁତ ସ୍ବପ୍ନ 

କାହାପାଇଁ ସ୍ମୁତି ଭରା 

ବେଦନା ବିଧୁର 

  ପ୍ରିୟତମା ପାଇଁ 

ଅଶାର ଆଲୋକେଝରା।  

ମନ୍ଦିରେ ଆଳତୀ 

  ଗୃହlଙ୍ଗନେ ବତୀ 

ଦୀପମଂ ଜ୍ୟୋତି

       ପରଂବ୍ରହ୍ମ। 

ନୀଡ ବାହୁଡ଼ାଣୀ ବିହଙ୍ଗ 

   "ବି "ହଗେ 

ଫେରେ ଧ୍ୟାୟୀ ବାସସ୍ଥାନ। 

(ହେ ସନ୍ଧ୍ୟା, ତୁମେ ଜୀବନ ମୃତ୍ୟୁ ର ଏକ ଶୀତଳ ମନସ୍ତତ୍ବ। ତୁମେ ଅସ୍ତରାଗ ର ସ୍ୱର୍ଣ୍ଣିମ ଆଭା।

ଜୀବନ ଦର୍ଶନ ର ଅୟୁତ ସମ୍ଭାର। 

ପ୍ରିତୀଲଗ୍ନା ପ୍ରେମିକାର ପାହାନ୍ତି ସ୍ବପ୍ନ।

ପ୍ରିୟ ସମ୍ଭାଷଣ ର ସୁଅଗ୍ର ଅଞ୍ଜଳି

ମନ୍ଦିର ର ଘଣ୍ଟ ଘଣ୍ଟା ଶବ୍ଦେ ଆଳତୀ ର ପବିତ୍ର ଶିଖା। 

ଓ ଗୃହ ରୂପକ ସ୍ଵର୍ଗୀୟ 

ବାସସ୍ଥାନ ର ମାଙ୍ଗଳିକ 

ସତ୍ତା। )

ସନ୍ଧ୍ୟା ଆଗମେ 

  ବିଦ୍ୟାଧ୍ୟାୟି ଗଣେ 

ବିଦ୍ୟା ରେ ରଖନ୍ତି ଲୟ 

 ସର୍ବ ମଙ୍ଗଳରେ 

   ରଖ ମହାବାହୁ 

ହୃଦୟେ ନଦିଅ ଭୟ। 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract