STORYMIRROR

Sabitri Mahapatra

Others

3  

Sabitri Mahapatra

Others

ପଖାଳଦିବସ ଉପଲକ୍ଷେ

ପଖାଳଦିବସ ଉପଲକ୍ଷେ

1 min
229


ଓଡ଼ିଆ ର ପ୍ରାଣ, ଓଡ଼ିଆ 

        ଜୀବନ 

ଆହା ସେ ପଖାଳ କଂସା. 

ଗ୍ରୀଷ୍ମ ର ପ୍ରକୋପ, 

    ଶରୀର ର ତାପ 

ହରଣ କରଇ ତୃଷା. 

ବାସି, ସଜ, ଆଉ 

     ସୁବାସ ପଖାଳ 

ଘିଅ, ମଲ୍ଲୀ ଅଦା ମିଶା 

  ମିଠା ପଖାଳ ଓ ପାଣି 

       ପଖାଳ ଯେ 

ଦହି ସଙ୍ଗେ ଜୀରା ଭିଜା . 

ଧନୀ ଠୁ ଗରିବ ସଭିଁଙ୍କର 

        ପ୍ରିୟ 

ପଖାଳ କୁ ଶାଗ ଭଜା. 

ବାଇଗଣ ପୋଡା, 

      ଡାଲିପାଣି ସଙ୍ଗେ 

ବଡ଼ିଚୁରା ଲାଗେ ମଜା. 

ଜଗନ୍ନାଥ ଙ୍କର ଅତି ପ୍ରିୟ 

        ଖାଦ୍ୟ 

ଗରୀବର ଜୀବଧନ. 

ହାଣ୍ଡିଶାଳେ ଥାଏ ପଖାଳ 

     ଆଟିକା 

ଲକ୍ଷ୍ମୀ ଙ୍କ ସେ ବାସସ୍ଥାନ. 

ଓଡ଼ିଆ ସଂସ୍କୃତି, ପରମ୍ପରା 

      ଗାଥା 

ଧାର୍ମିକ ଭାବନା ନେଇ. 

ବୈଜ୍ଞାନିକ ତଥ୍ୟ ଲୁଚି

     ରହିଅଛି 

         

ପଖାଳ କଂସା ରେ ଭାଇ. 

ପଖାଳ ଦିବସ ସ୍ମରଣ 

      କରଇ 

ଆମ ସଂସ୍କୃତି ର ଗାଥା. 

ପର୍ଣ୍ଣ କୁଟୀର ରୁ ତୁଙ୍ଗ 

     ଅଟ୍ଟାଳିକା 

ବାସୀଙ୍କ ପ୍ରିୟ ଏ (ପଖାଳ )

       କଂସା ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍