STORYMIRROR

Sabitri Mahapatra

Inspirational

3  

Sabitri Mahapatra

Inspirational

ଗୁରୁ ଶ୍ରେଷ୍ଠ

ଗୁରୁ ଶ୍ରେଷ୍ଠ

1 min
180

ଓଁକାର ଶବ୍ଦ ତୁମେ 

 ତୁମେ ଯେ ଈଶ୍ୱର, 

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, 

 ଗୁରୁ ମହେଶ୍ୱର. 

ଓଁକାର ଶବ୍ଦ ତୁମେ..... 

ପଲ୍ଲବିତ ଆଜି ମୋର ହୃଦୟ, 

ଜ୍ଞାନାଲୋକେ ସିଦ୍ଧ ଉଜ୍ୱଳମୟ, 

 ସୁପ୍ତ ମୋର ଶରୀରରେ 

 ଦେଲେ ଜୀବଦାନ. 

ଗୁରୁଦେବ ପରଂବ୍ରହ୍ମ 

 ତୁମେ ହେ ବରଣ୍ୟ 

ଜ୍ଞାନାଞ୍ଜନ ବିତରି ଯେ 

 ହରନ୍ତି ଅଜ୍ଞାନ. 

 ଗୁରୁଦେବ ପରଂବ୍ରହ୍ମ.... 

ଶିକ୍ଷାର ସଂସ୍କାର, 

  ଜ୍ଞାନ ନିବେଶ.. 

ଶିକ୍ଷକ ଜୀବନେ 

  ପରିପ୍ରକାଶ, 

ସର୍ବପଲ୍ଲୀ ରାଧାକ୍ରିଷ୍ଣ ଭୂଷଣ.. 

ଜନ୍ମି ରାଷ୍ଟ୍ରକୁ ଯେ 

  କରିଲେ ଧନ୍ୟ.. 

ଗୁରୁଙ୍କ ସମ୍ମାନେ 

 ସମର୍ପିଲେ ସେ ଜୀବନ. 

ଗୁରୁ ଦେବ ପରଂବ୍ରହ୍ମ... 

ସେପ୍ଟେମ୍ବର ପାଞ୍ଚ, ଗୁରୁଦିବସ... 

ଜ୍ଞାନ ଦାତା ମନେ ନାହିଁ ହରଷ... 

ନବସଂସ୍କାର ଏ ଶିକ୍ଷା ବ୍ୟବସ୍ଥା... 

ବିଡ଼ମ୍ବିତ ଏଠି ଗୁରୁ ଅବସ୍ଥା.. 

ହେଲେ ଭକ୍ତି, ସ୍ନେହ, ପ୍ରେମ 

 ଆଜି ବି ଶାଶ୍ୱତ... 

ଗୁରୁ ଦେବ ପରଂବ୍ରହ୍ମ 

 ତୁମେ ହେ ବରଣ୍ୟ... 

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational