STORYMIRROR

Sabitri Mahapatra

Romance Others

4  

Sabitri Mahapatra

Romance Others

ମଧୁଶାଳା

ମଧୁଶାଳା

1 min
11


ଶତ ପ୍ରେମିକର   ପ୍ରେମ ଉଚ୍ଚ୍ଵାସ

  ହୃଦୟେ କରି ଧାରଣ

ରଙ୍ଗମହଲ ର  ପ୍ରାଚୀର ରେ ଲେଖା

   ତୁମ ପ୍ରୀତି ସମ୍ଭାଷଣ.

ଅୟୁତ ସ୍ବପ୍ନ ର  ନିୟୁତ ଭରସା

  ଲକ୍ଷ ଯୌବନ ର ଗୀତି

ପ୍ରୀତି ଫୁଲ ଆଙ୍କି  ମଦିରା ଚିବୁକେ

  ପ୍ରଣୟ ର ରଙ୍ଗ ମାଖି.

ବିନିଦ୍ର ରଜନୀ  ଫେନିଳ ଶଯ୍ୟାରେ

   ଅଙ୍ଗିକାର ଅଙ୍ଗେ ଅଙ୍ଗେ

ରକ୍ତିମ ପାନୀୟ  ଶୁଷ୍କ ଓ଼ଷ୍ଠ ଧାରୁ

   ପ୍ରଣୟ ର ପ୍ରୀତି ଛନ୍ଦେ.

ପିପାସିତ ମନୁ  କାମନାର କ୍ଷୁଧା

  ତୁଳି ତଳ୍ପ ଶଯ୍ୟା ପରେ

କେତେଯେ ବିଧୁର  ପ୍ରେମିକର ଦୁଃଖ

   ଲିଭାଇଛ ନିର୍ବିଚାରେ.

ମଧୁଶାଳା "ତୁମେ  ପାନ୍ଥଶାଳା ର

     ଅଲିଖିତ ଇତିହାସ

ମଧୁର ପିଆଲା  ପରଷି ଦିଅ ଗୋ

    ଭୁଲାଇ ମନୁ ବିଷାଦ.

ବିଛେଦ ର ଦାଗ  ଦିଅନାହିଁ ତୁମେ

    ବିରହ ଯନ୍ତ୍ରଣା ଦିଅ ଭୁଲାଇ

ବଞ୍ଚିବାର ଆଶା  ନୂଆ ସକାଳ ରେ

   ରକ୍ତିମ ରବିର ପରଷ ନେଇ.

ବଧୂ ନହୋଇବି  ବାନ୍ଧବୀ ସାଜୁଛ

    ରାତିକ ପାଇଁ ଯେ ହୁଏ ଅତିଥି

ପ୍ରେମ ନିର୍ଝରିଣୀ  ଧାରା ରେ ଭିଯାଅ

   ସିକ୍ତ କରିଦିଅ ସୁପ୍ତ ମନ ଟି.

ସୁଖର ସପନେ   ସଭିଙ୍କୁ ହଜାଅ

   ନିଜ ଦୁଃଖ ନିଜ ହୃଦୟେ ବହି

ଆଗୋ ପ୍ରତିଚ୍ଛନ୍ଦା  ଖୋଲି କୁହ ବାରେ

   ତୁମ ଦୁଃଖ କି ମୁଁ ପାରିବି ନେଇ.।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance