STORYMIRROR

Sabitri Mahapatra

Children

3  

Sabitri Mahapatra

Children

କାହିଁକି ପଢ଼ିବି ପାଠ

କାହିଁକି ପଢ଼ିବି ପାଠ

1 min
246


  ପଚାରିଲା ଦିନେ "ଟିକିଲି "ବୋଉକୁ 

   କାହିଁକି ପଢ଼ିବି ପାଠ

ପାଠ ପଢିବାକୁ ହେଲେ ପୁଣି ଖାଲି 

 ପିଠିରେ ବସିବ ଛାଟ

ଖେଳ କୁଦ ଛାଡି, ଚପଲ କୁ ମାଡି 

  ସ୍କୁଲ ଯିବିନି ମୁହିଁ

 ଯଦି ତୁ କହିବୁ, ବାସନ ମାଜିବି 

  ପାଣି ଆଣିଦେବି ଯାଇ

 ଟିକିଲି, କଥା କୁ ବୋଉ ବୁଝିପାରି, 

   କହନ୍ତି ଶରଧା ବହି

ପାଠ ଯଦି ତୁହି ନପଢ଼ିବୁ ଝିଅ, 

  ଜଗତେ ଜିତିବୁ ନାହିଁ

 ଆମରାଷ୍ଟ୍ରପତି ପ୍ରତିଭାପାଟିଲି, 

   ଥିଲେ, ତୋ ପରି ଝିଅ

କଳ୍ପନା ଚାୱଲା, ଇନ୍ଦିରାଗାନ୍ଧୀ ଙ୍କ, 

   କି ଯଶଃ ଗାଇବି କହ

 କେତେ ବୀରା ନାରୀ, 

    କେତେ ବୈଜ୍ଞାନିକ 

     କେତେ ପୁଣି ମହିୟସୀ 

 ଜନମି ଏ ଦେଶେ, ରଖିଛନ୍ତି ନାଁ, 

   ତାଙ୍କ ନାମ ଆମେ ଘୋଷି

 ପଢିଲେ ପାଠ ତୁ, ଜାଣିବୁ ଏକଥା, 

   ଜ୍ଞାନ ନଈ ଯିବ ବହି

ପାଠ ନପଢ଼ି ତୁ, ହେବୁ ଯଦି ମୂର୍ଖ, 

  କେହି ପଚାରିଵେ ନାହିଁ

ବୁଝିଲା ଟିକିଲି "ମା "ଙ୍କର କଥା 

  ଛାଡିଲା ଅଝଟ ପଣ

 ପାଠ ପଢି ବଡ଼ ମଣିଷ ହୋଇବି, 

   କରୁଛି ଆଜି ମୁଁ, ପଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children