ନୂଆ ବରଷଟି ଆସୁଛି
ନୂଆ ବରଷଟି ଆସୁଛି
ଶୀତ ଯାଇନାହିଁ
ଖରା ଆସି ନାହିଁ
ବଦଳିନି ପାଣି,ପବନ,
ଛୁଇଁନାହିଁ ମାଟି
ଗିରିଷମ ତାତି
ତଥାପି ହସୁଛି ଭୂବନ ।
ଚାରିଆଡେ ଶୁଭେ
ଆତସ ବାଜିର
ଟମକ ନିଶାଣ ଶବଦ ,
ବିନା ବଜ୍ରପାତେ
କମ୍ପୁଛି ମେଦିନୀ
ଢୋଲ, ମହୁରୀର ଆବାଦ ।
ଆଲୋକ ମାଳାରେ
ଝଲସୁଛି ଧରା
ନୂଆ ବରଷଟି ଆସୁଛି,
ସାରାରାତି ଆଜି
ଫୁଲରେ ଅତରେ
ମହମହ ହୋଇ ବାସୁଛି ।
ଆସ ସାଙ୍ଗସାଥି
ଭେଦଭାବ ଭୁଲି
ନାଚିବା, ଗାଇବା, ହସିବା,
ରଙ୍ଗ ତୁଳି ଧରି
ନୂଆ ବରଷର
ନୂଆ ଛବି ଆଙ୍କି ବସିବା ।
ଭୁଲିଯିବା ଆମେ
ରାଗରୁଷା ମନୁ
ବିଗତ ଦିନର ଘଟଣା,
ବାଇଶି ଆଣିବ
ସୁଖର ବେଭାର
ଆଗରୁ ପରାସେ କହିଛି ।
ସଭିଙ୍କ ଓଠରେ
ଭରିଦେଉ ହସ
ଖୁସିର ପସରା ମେଲେଇ,
ଦୁଃଖ ଦରିଆରେ
ଭାସିଯାଉ ନାଆ
ଟାଣି ସୁଖ, ଶାନ୍ତି ତଲେଇ ।।
